ମୋବାଇଲ୍
******
ମୋବାଇଲ୍ ତୁମେ ଆଜିର ଯୁଗରେ
ଏକାନ୍ତ ଅପରିହାର୍ଯ୍ୟ,
କିଏ ନଜାଣିଛି କହିବା ବାହୂଲ୍ୟ
ତୁମର ଯେ ବଳ ବୀର୍ଯ୍ୟ।
ଆଖିର ପଲକେ ଡେଇଁଯାଅ ତମେ
ତେରନଈ ସାତ ସିନ୍ଧୁ,
କାହାପାଇଁ ତୁମେ ଶତ୍ରୁ ପାଲଟ
କାହାପାଇଁ ପୁଣି ବନ୍ଧୁ।
କେତେ ସମସ୍ୟାର ସମାଧାନ ତୁମେ
ସହଜେ ଦେଉଛ କରି,
ସୃଷ୍ଟି କରୁଛ କେତେ ଯେ ସମସ୍ୟା
ଅଦୃଷ୍ଟ ସମ ସରି।
ତୁମେ କଲ୍ୟାଣ କାରୀ,
ମଣିଷ ଭୋଗୁଛି ଦୁର୍ଦ୍ଦଶା ତୁମ
ଅପବ୍ୟବହାର କରି ।।
ତୁମକୁ ଯିଏ ସେ ସୃଷ୍ଟି କରିଲା
ତୀବ୍ର ସାଧନା ବଳେ,
ମାନବ ଜାତିର କଲ୍ୟାଣ ପାଇଁ
ଜଳୁଛି ସେ ପଳେପଳେ।
ହେଲେ ଏ ମଣିଷ କିବୁଝେ କେଜାଣି
ତୁମକୁ ଅସ୍ତ୍ର କରି,
ସୃଷ୍ଟିରେ ଯେତେ ନାରକୀୟ ଲୀଳା
ରଚେ଼ ଜାନୁଆର ପରି।
ତୁମଯୋଗୁଁ ଆଜି ସମାଜ ବୁକୁରେ
ବଢ଼େ ଅସୁମାରୀ ବ୍ୟଥା,
ପ୍ରାସଙ୍ଗିକ ଯାହା ବଳି ପଡୁ଼ଅଛି
ବଢ଼େ ଖାଲି ଅବ୍ୟବସ୍ଥା।
ତଥାପି ତୁମର ଦୋଷ ନାହିଁ କିଛି
ଦୋଷ ସବୁ ମଣିଷର,
ତସ୍କର ବୁଦ୍ଧି କୁଟିଳ ଚିନ୍ତା
ମନ୍ଦ ତା ସ୍ବଭାବର।
ମୋବାଇଲ୍ ତୁମେ କୁହ?
ମଣିଷ ଜାତିର ଅମାନୁଷିକତା
ପାଇଁ ତୁମେ ଦାୟୀ ନୁହଁ ।।
ତୁମ ସୃଷ୍ଟିର ମହତ୍ତ୍ବ ଏ ଜାତି
ବୁଝି ବୁଝି ପାରେନାହିଁ,
ମୃତ୍ୟୁ ମନାସି ପତଙ୍ଗ ପରାଏ
ଅଗ୍ନିକୁ ପଡେ ଡେଇଁ।
ବିଜ୍ଞାନ ଯେଉଁ ବରଦାନ ଦେଲା
ସୃଷ୍ଟି କଲ୍ୟାଣ ପାଇଁ,
ଅପବ୍ୟବହାର ବଢିଯାଏ ତାର
ସ୍ବେଚ୍ଛାଚାରିତା ପାଇଁ।
ସମୟର ବେଳାଭୂଇଁ,
ହତାଶା ରାଗିଣୀ ଶୁଣାଉଛି ଦେଖ
ହୁସିଆର ଯାଅ ହୋଇ।।
-o-
କୈଳାସ ଚନ୍ଦ୍ର ପାଢୀ଼
କୁମାରପୁର, ଭଦ୍ରକ
******
ମୋବାଇଲ୍ ତୁମେ ଆଜିର ଯୁଗରେ
ଏକାନ୍ତ ଅପରିହାର୍ଯ୍ୟ,
କିଏ ନଜାଣିଛି କହିବା ବାହୂଲ୍ୟ
ତୁମର ଯେ ବଳ ବୀର୍ଯ୍ୟ।
ଆଖିର ପଲକେ ଡେଇଁଯାଅ ତମେ
ତେରନଈ ସାତ ସିନ୍ଧୁ,
କାହାପାଇଁ ତୁମେ ଶତ୍ରୁ ପାଲଟ
କାହାପାଇଁ ପୁଣି ବନ୍ଧୁ।
କେତେ ସମସ୍ୟାର ସମାଧାନ ତୁମେ
ସହଜେ ଦେଉଛ କରି,
ସୃଷ୍ଟି କରୁଛ କେତେ ଯେ ସମସ୍ୟା
ଅଦୃଷ୍ଟ ସମ ସରି।
ତୁମେ କଲ୍ୟାଣ କାରୀ,
ମଣିଷ ଭୋଗୁଛି ଦୁର୍ଦ୍ଦଶା ତୁମ
ଅପବ୍ୟବହାର କରି ।।
ତୁମକୁ ଯିଏ ସେ ସୃଷ୍ଟି କରିଲା
ତୀବ୍ର ସାଧନା ବଳେ,
ମାନବ ଜାତିର କଲ୍ୟାଣ ପାଇଁ
ଜଳୁଛି ସେ ପଳେପଳେ।
ହେଲେ ଏ ମଣିଷ କିବୁଝେ କେଜାଣି
ତୁମକୁ ଅସ୍ତ୍ର କରି,
ସୃଷ୍ଟିରେ ଯେତେ ନାରକୀୟ ଲୀଳା
ରଚେ଼ ଜାନୁଆର ପରି।
ତୁମଯୋଗୁଁ ଆଜି ସମାଜ ବୁକୁରେ
ବଢ଼େ ଅସୁମାରୀ ବ୍ୟଥା,
ପ୍ରାସଙ୍ଗିକ ଯାହା ବଳି ପଡୁ଼ଅଛି
ବଢ଼େ ଖାଲି ଅବ୍ୟବସ୍ଥା।
ତଥାପି ତୁମର ଦୋଷ ନାହିଁ କିଛି
ଦୋଷ ସବୁ ମଣିଷର,
ତସ୍କର ବୁଦ୍ଧି କୁଟିଳ ଚିନ୍ତା
ମନ୍ଦ ତା ସ୍ବଭାବର।
ମୋବାଇଲ୍ ତୁମେ କୁହ?
ମଣିଷ ଜାତିର ଅମାନୁଷିକତା
ପାଇଁ ତୁମେ ଦାୟୀ ନୁହଁ ।।
ତୁମ ସୃଷ୍ଟିର ମହତ୍ତ୍ବ ଏ ଜାତି
ବୁଝି ବୁଝି ପାରେନାହିଁ,
ମୃତ୍ୟୁ ମନାସି ପତଙ୍ଗ ପରାଏ
ଅଗ୍ନିକୁ ପଡେ ଡେଇଁ।
ବିଜ୍ଞାନ ଯେଉଁ ବରଦାନ ଦେଲା
ସୃଷ୍ଟି କଲ୍ୟାଣ ପାଇଁ,
ଅପବ୍ୟବହାର ବଢିଯାଏ ତାର
ସ୍ବେଚ୍ଛାଚାରିତା ପାଇଁ।
ସମୟର ବେଳାଭୂଇଁ,
ହତାଶା ରାଗିଣୀ ଶୁଣାଉଛି ଦେଖ
ହୁସିଆର ଯାଅ ହୋଇ।।
-o-
କୈଳାସ ଚନ୍ଦ୍ର ପାଢୀ଼
କୁମାରପୁର, ଭଦ୍ରକ




0 Comments