ହତ୍ୟାକାରୀ
******
ତମ ମୁହରୁ
ଏଇ ପଦେ କଥା
ଶୁଣିବା ପରେ
କୋଉ ମୁହଁନେଇ
ବଞ୍ଚିଥାନ୍ତି,
ତେଣୁ ପ୍ରେମକୁ
ହତ୍ୟାକରି
ଅପରାଧୀ ପାଲଟି ଗଲି।।
ପାପ କରିଛି ଯେତେବେଳେ
ପ୍ରାୟଶ୍ଚିତ ବି
କରିବାକୁ ପଡ଼ିବ।
ପ୍ରତି ମୁହୂର୍ତ୍ତରେ
ଲୁହ ପିଇ ବଞ୍ଚିବା
କୋଉ ଜେଲର ଜୀବନରୁ
କଣ କମ ହେଲାଣି ।।
ପ୍ରେମକୁ ପ୍ରେମ
କରୁଥିବା ପ୍ରେମିକ କୁ
ବୋଧହୁଏ ତମେ
ପସନ୍ଦ କରନି,
ନହେଲେ ସେଦିନ ତମ
ଓଠ ଫାଙ୍କରୁ
ଏତେ ମୋଟା
ଶବ୍ଦର ଜନ୍ମ ହେଇନଥାନ୍ତା ।
କହିବା ଆଗରୁ ତମକୁ
ବହୁବାର
ଭାବିବାର ଥିଲା,
ହୁଏତ ପ୍ରେମ କରୁଥିବା ପ୍ରେମିକକୁ
ପ୍ରେମର ସୂତ୍ର ମାଲୁମ୍ ନଥିଲା,
ପଦୁଟିଏ କହି ଥମିଗଲ
କେବେ ଭାବିଛ
ପ୍ରେମିକର ଭାବନା
କେବେ ଦେଖିଛ
ପ୍ରେମିକର ଯାତନା ।
ଏତେ ଯାତନା ପରେ
କଣ ଭାବୁଛ
ଦୁଃଖ ଦେଇ ଭୁଲ କରିଛ!!
ନା ତମର
ସେ ଦିନର ପଦୁଟିଏ
ଆଘାତ ପାଇଁ
ଆଜି ମୋର କବିତା
ଏତେ ସୁନ୍ଦର ।।
ଭାଗିରଥି ବାରିକ, ଖଲିଆପାଲି, କଳାହାଣ୍ଡି
******
ତମ ମୁହରୁ
ଏଇ ପଦେ କଥା
ଶୁଣିବା ପରେ
କୋଉ ମୁହଁନେଇ
ବଞ୍ଚିଥାନ୍ତି,
ତେଣୁ ପ୍ରେମକୁ
ହତ୍ୟାକରି
ଅପରାଧୀ ପାଲଟି ଗଲି।।
ପାପ କରିଛି ଯେତେବେଳେ
ପ୍ରାୟଶ୍ଚିତ ବି
କରିବାକୁ ପଡ଼ିବ।
ପ୍ରତି ମୁହୂର୍ତ୍ତରେ
ଲୁହ ପିଇ ବଞ୍ଚିବା
କୋଉ ଜେଲର ଜୀବନରୁ
କଣ କମ ହେଲାଣି ।।
ପ୍ରେମକୁ ପ୍ରେମ
କରୁଥିବା ପ୍ରେମିକ କୁ
ବୋଧହୁଏ ତମେ
ପସନ୍ଦ କରନି,
ନହେଲେ ସେଦିନ ତମ
ଓଠ ଫାଙ୍କରୁ
ଏତେ ମୋଟା
ଶବ୍ଦର ଜନ୍ମ ହେଇନଥାନ୍ତା ।
କହିବା ଆଗରୁ ତମକୁ
ବହୁବାର
ଭାବିବାର ଥିଲା,
ହୁଏତ ପ୍ରେମ କରୁଥିବା ପ୍ରେମିକକୁ
ପ୍ରେମର ସୂତ୍ର ମାଲୁମ୍ ନଥିଲା,
ପଦୁଟିଏ କହି ଥମିଗଲ
କେବେ ଭାବିଛ
ପ୍ରେମିକର ଭାବନା
କେବେ ଦେଖିଛ
ପ୍ରେମିକର ଯାତନା ।
ଏତେ ଯାତନା ପରେ
କଣ ଭାବୁଛ
ଦୁଃଖ ଦେଇ ଭୁଲ କରିଛ!!
ନା ତମର
ସେ ଦିନର ପଦୁଟିଏ
ଆଘାତ ପାଇଁ
ଆଜି ମୋର କବିତା
ଏତେ ସୁନ୍ଦର ।।
ଭାଗିରଥି ବାରିକ, ଖଲିଆପାଲି, କଳାହାଣ୍ଡି




1 Comments
Fantastic 😎😎😎
ReplyDelete