![]() |
ଗୃହବନ୍ଦୀରେ ମୁଁ*********
ଧିକ ତୁମ ସ୍ଵାଧିନତାକୁ
ନେଇଯାଇ ତାକୁ
ଫିଙ୍ଗି ଦିଅ ମୁନସିପାଲଟିର ଆଲିଆଗଦାରେ
ବେଖାତିର କର ସେଇମାନଙ୍କୁ
ଯେଉଁମାନେ ଅକାଳରେ ଲୁଟିଛନ୍ତି ତୁମ ଇଜ୍ଜତ
ଦୁଃଖର ଯାଦୁଘରେ ସୁଖର ମନ୍ତ୍ର ବାଣ୍ଟୁଥିବା ମହାପୁରୁଷଙ୍କୁ
ଚେତାଇଦିଆ ରୁଟି ଦୁଇଫେଡାର ମୂଲ୍ୟ ।
ଭୁଲରୁ ଭଲକୁ ବଖାଣିବସୁଥିବା ସଚ୍ଚୋଟକୁ
ବୁଝାଇଦିଆ ଭଲପାଇବାର ମାନେ ।
ଦେଇଦିଆ ତୁମର ସବୁକିଛି
ଆଉ ହେଇଯାଅ ସବୁଦିନ ପାଇଁ ତାଙ୍କର ।
ସାକ୍ଷୀଥାଉ ଲାଠି ......... ।
ଅସହ୍ୟୟତାର ଛାତିଚିରି ଲେଖାହେଉ କାରାକବିତା ।
ଯେହେତୁ ମୁଁ ବନ୍ଦୀ
ଘୃହବନ୍ଦୀ ।।
ତାପସ କୁମାର ସାହୁ
M.P.C.(Auto)college, baripada




0 Comments