ହଁ - ବର୍ଷା ରାଣୀ ଦାଶ


ହଁ
****** 


ସବୁ ଭୂଲ ପାଇଁ ମୁଁ କିବା ଦାୟୀ 
ପ୍ରଶ୍ନ କରେ ଯେବେ ନିଜକୁ 
ଉତ୍ତର ରେ ଆସେ ହଁ  ।

ଆଜି ଭାବୁଛି କଣ ମୋର ଭୂଲ 
ପ୍ରେମ ର ଅର୍ଥ କଣ ପ୍ରତାରଣା 
ଉତ୍ତର ରେ ଆସେ ହଁ । 

ସବୁ ଦୁଃଖ କଷ୍ଟ ମୋ ଭାଗ୍ୟ ରେ 
ଯେବେ ଭାବେ 
ଉତ୍ତର ରେ ଆସେ ହଁ ।

କଣ ମୁଁ ଏମିତି ମରି ମରି ବଞ୍ଚିଥିବି 
ବଂଚିଥିବା ଯାଏ 
ଉତ୍ତର ରେ ଆସେ ହଁ ।

ଭୂଲ କରିଦିଏ ସବୁ ସମାପ୍ତ 
ନାହିଁ କଣ ସେଥିରେ ପ୍ରାୟଶ୍ଚିତ 
ଉତ୍ତର ରେ ଆସେ ହଁ ।

ହଁ ହଁ ସବୁ ଭୂଲ ମୋର 
ମାନୁ ଅଛି ମୁଁ 
ହୃଦୟ କହୁଛି ନିର୍ଦୋଷୀ ମୁଁ ହଁ ।।

ବର୍ଷା ରାଣୀ ଦାଶ
ଭଦ୍ରକ

Post a Comment

1 Comments

  1. ଚମତ୍କାର ପ୍ରସ୍ତୁତି କବିତାଟିର

    ReplyDelete