******
ଆଜି ପରା ଅମାବାସ୍ୟା ସାବିତ୍ରୀ ବ୍ରତ
ସତ୍ୟବାନ ଆମେ ସବୁ ହେବା ଏକତ୍ର ।
ବ୍ରାହ୍ମ ମୂହୁତ୍ତ୍ୱରୁ ନିତ୍ୟ ସାରି କରମ
ପାଳିବାରେ ଭାଇ ମିଶି ପତି ଧରମ ।
ଆସ ଚାହା ପରିଶିବା ଧର୍ମପାତ୍ନୀକୁ
ଜଳପାନ କରିଦେବା ପିଲାମାନଙ୍କୁ ।
ଘରପାଠରେ ପିଲାଙ୍କୁ ସାହାଯ୍ୟ କରି
ଭଲ ପତି ପରିଚୟ ଦେବା ସବୁରି ।
ପତ୍ନୀଙ୍କ ଉପବାସର ଆଜି ଦିନଟି
ଯାଉ ଯେପରି ପ୍ରଭୁ ସୁଖରେ କଟି ।
ଫଳ,ମୂଳ, ସାଗୁ ସାଥେ ଆବର ଚଣା
କ୍ଷୀର,ଦହି,ଗୁଡ଼ ସହ ଅଳପ ଛେନା ।
ଏ ସବୁକୁ ପୂଜା ପରେ ଏକତ୍ର କରି
ଲସି କରି ପତ୍ନୀକୁ ଦେବେ ପିଆଇ।
ସାବିତ୍ରୀଙ୍କ ଅବତାର ଆଜି ଦିନରେ
ଯେପରି ଛାପ ଛାଡ଼ିବ ପତ୍ନୀ ମନରେ ।
ସେପରି କରିବା ହେବ ପତି ଦେବତା
ମନ ଭିତରେ ନରଖି ତିଳେହେଁ ଶଙ୍କା ।
ତେବେ ସାବିତ୍ରୀଙ୍କବ୍ରତ ସାକାର ହେବ
ଘରେ ଘରେ ବିଜୟର ଧୂଜା ଉଡିବ ।
ନାରୀଙ୍କର ପୂଜା ସବୁ ସଂସାର ପାଇଁ
ସଂସାରର ଚିନ୍ତା ଅଛି ପତ୍ନୀ ମୁଣ୍ଡାଇ ।
ଏଣୁ ହେ ସାବିତ୍ରୀ ତୁମେ ଅଟେ ମହାନ
ତୁମ ପାଇଁ ବଢିଲା ଗଲା ନାରୀ ସମ୍ମାନ ।
ସ୍ୱାମୀ ମାନେ ଏବେ କିନ୍ତୁ ଅଛନ୍ତି ସୁସ୍ଥ
ମହାମାରୀ ସମାଜକୁ କରିଛି ଅସୁସ୍ଥ ।
ହନ୍ତ ସନ୍ତ କରୁଅଛି ଆମ୍ଭ ମାନଙ୍କୁ
ତୁମ ଭକ୍ତି ଫଳ ମିଳୁ ଜନ ମାନିଙ୍କୁ ।
ମହାମାରି ହଟିବାକୁ ଯମରାଜଙ୍କୁ କୁହ
ନ ହେଲେ ସଂସାର ପାଇଁ ଗଡିବ ଲୁହ ।
ଏସନ ମାଗୁଣି ହେଉ ସମାଜ ପାଇଁ
ସାରା ସଂସାର ତୁମକୁ ଚାହିଁଛି ରହି ।।
ଦିନବନ୍ଧୁ ବେଜ
ବାସୁଦେବପୁର ,ଭଦ୍ରକ




0 Comments