ସ୍ବପ୍ନସୁନ୍ଦରୀ- ମାନସ ରଞ୍ଜନ ହାତୀ


ସ୍ବପ୍ନସୁନ୍ଦରୀ
******* 

ନୀତି ଆସେ ନୀତି ଆସେ, ଆସେ ସିଏ ରାତିରେ 
ଜୀବନମୁଁ ବଞ୍ଚି ଯିବି, ଯିବି ତା  ସାଥିରେ  ।
ଭାବୁଛ କି କିଏ ସେଇ ଯିଏ ଆସେ ନିଶାରେ 
ବର୍ଣନା ମୁଁ କରିଚାଲେ କବିତାର ଭାଷାରେ ।
ଅମାବାସ୍ୟାର   ନିଶାରେ ସେ ପୁର୍ଣିମାର ଜହ୍ନ 
ଜାଣେନା  ମୁଁ କେମିତି ସେ ଚୋରିକଲା ମୋ ମନ ।
ହୃଦୟର କବାଟ ରେ ଠକ ଠକ ଶବ୍ଦକରି  ଆସେ 
ସିଂହାସନେ ସେ ବେଶ ଆରାମରେ ବସେ ।
କୋମଳ ସ୍ପର୍ଶରେ ତା ମୋ ହୃଦୟେ ମାଡିଆସେ ଭୂମିକମ୍ପ 
ମନରୁ ସେ ତୋଳିନିଏ ପଦ୍ମ ଛାଡିଦେଇ ପଙ୍କ ।
ଝାପ୍ସା ଝାପ୍ସା ମୁହଁ ଦିଶେ, ମନହୁଏ ଦେଖିବାକୁ ସମ୍ପୂର୍ଣ୍ଣ, 
ମା ଡାକ ଶୁଣି ମୋ ଭାଙ୍ଗିଯାଏ ସେ ସପନ ।
ସିଏ ଆଉ କେହିନୁହଁ  ମୋ ସ୍ବପ୍ନନାୟିକା 
ପ୍ରେମ ନଦୀତୀରେ ସିଏ ମୋ ଅବବାହିକା ।
ଦିନେ ନା ଦିନେ ଦେଖିବି ସମ୍ପୂର୍ଣ ତାକୁ ଏହା ମୋର ଆଶା, 
ସେଇ ଦିନ ପୁରା ହବ ମୋ ଲେଖାର ପରିଭାଷା ।।

ମାନସ ରଞ୍ଜନ ହାତୀ
ରୁପ୍ରା, କଳାହାଣ୍ଡି

Post a Comment

0 Comments