ଅପେକ୍ଷା ନା ଉପେକ୍ଷା- ବିଶ୍ଵକଲ୍ୟାଣୀ ବେହେରା


ଅପେକ୍ଷା ନା ଉପେକ୍ଷା

ଚାହୁଁ ଚାହୁଁ ଦଗ୍ଧ ହୋଇଗଲା ଆମାଜନ୍ ଅରଣ୍ୟ
ଆଉ ମୁଁ
ମୋର ସତ୍ତା
ମୋର ଅସ୍ଥିତ୍ଵ
ସବୁକିଛି
ସବୁକିଛି ଦଗ୍ଧ ହୋଇଗଲା ଚାହୁଁ ଚାହୁଁ

ଛାରଖାର ହୋଇଗଲା ସମଗ୍ର ଜୀବନ 
ଧ୍ଵସଂ ପାଇଗଲେ କେତେ ଜୀବଜନ୍ତୁ
ଓ ପଶୁପକ୍ଷୀ
କେତେ ଜାତିର ଗଛ ଆଉ 
କେତେ ସଭ୍ୟତା
ସବୁକିଛି ଚାଲିଗଲା 
ଭାଙ୍ଗିଗଲା ମୋହ ଆଉ ଅଭିମାନ

ଲୋକେ ତ ତୁମର ଅପେକ୍ଷା କରିଥିଲେ 
ଅପେକ୍ଷା କରିଥିଲା ସମଗ୍ର ଜୀବଜଗତ
ଆଉ ଅପେକ୍ଷା କରିଥିଲି ମୁଁ
ଶୀଘ୍ର ଆସିବ ବୋଲି କଥା ଦେଇଥିଲ
କାହିଁ ଆସିଲନିତ 
ସାତଦିନ ବିତିଗଲା
ଆଉ ଧ୍ଵସଂ ହୋଇଗଲା ସାତସହସ୍ର ବର୍ଷର 
ଅତୀତ ବର୍ତ୍ତମାନ ଓ ଭବିଷ୍ୟତ
କେବଳ ତୁମର ଅପେକ୍ଷାରେ

ମୁଁ ସିନା ତୁମକୁ କଥା ଦେଇଥିଲି
ମାତ୍ର ତୁମେ କଣ କଲ
ଖାଲି ଅପେକ୍ଷା
ନା ତୁମେ ମୋର ଅପେକ୍ଷା କରିନଥିଲ
ମନୁଷ୍ୟର ପାଶବିକ ମନୁଷତ୍ଵକୁ ନେଇ
ମୋର ପଥ ଅବରୁଦ୍ଧ କରୁଥିଲ
ମୋ ପଥରେ ତୁମେ ଫୁଲ ବିଛାଇନଥିଲ
ତ କାହିଁକି ମୋ ଆଗମନକୁ ଅପେକ୍ଷା କରିଥିଲ

ବିଶ୍ଵକଲ୍ୟାଣୀ ବେହେରା
ରେଭେନ୍ସା ବିଶ୍ଵବିଦ୍ୟାଳୟ
କଟକ

Post a Comment

0 Comments