ଶ୍ରମିକ ଭାଇ ମୋ ଶ୍ରମିକ ଭାଇ
*********
ଭାରି ଦୁଃଖୀ ଆଜି ଶ୍ରମିକ ଭାଇ
କରୋନା ପାଇଁ
ହାତରେ ତାହାର କାମ ଯେ ନାହିଁ।
ହାତ ଗୋଡ଼ ଥାଇ
ହାତ ଟେକାକୁ ସେ ରହିଛି ଚାହିଁ।
ଘରେ ତାର ଦାନା ସରି ଆସଇ
ବେଳୁ ବେଳ ଦୁଃଖ ବଢ଼ି ଚାଲଇ
ଅନ୍ୟ ରାଇଜକୁ ଥିଲା ଯେ ଧାଇଁ
ପେଟପାଇଁ ଟଙ୍କା ଯୋଗାଡ ପାଇଁ
କରୋନା ପାଇଁ
କେତେ ହନ୍ତସନ୍ତ ହେଉଛି ସେହି।
କାରଖାନା ପାଇଁ କାମ ଯେ ନାହିଁ
ରହିବାକୁ ସେଠି ଥାନ ତା କାହିଁ
ଘରକୁ ବାହୁଡ଼ି ଆସିବା ପାଇଁ
ଗାଡ଼ି ଘୋଡ଼ା କିଛି ଚାଲଇ ନାହିଁ
କରୋନା ପାଇଁ
ଜୀବନକୁ ଦେଇ ପାଣି ଛଡ଼ାଇ
ରାସ୍ତା କଡ଼େ ସେତ ପଡ଼ିଛି ଯାଇଁ।
ଘର କଥା ତାର ମନେ ପଡ଼ଇ
ଫେରିବା ବାଟ ତା ଥିବେ ଯେ ଚାହିଁ
ଘରେ ଗୋଟେ କାଣି କଉଡ଼ି ନାହିଁ
କରୋନା ପାଇଁ
ସତେ କଣ ତାଙ୍କୁ ଭେଟିବ ଯାଇ।
ଝିଅ ବାହାଘର କରିବାପାଇଁ
ଯାଇଥିଲା ଟଙ୍କା ସଞ୍ଚିବା ପାଇଁ
କରୋନା ଆସିଲା କେଉଁଠୁ ଧାଇଁ
ସବୁ ଆଶା ତାର ଗଲା ମିଳାଇ
କରୋନା ପାଇଁ
ବାହାଘର କରି ପାରିବ ନାହିଁ।
ଲକ୍ ଡାଉନ୍ କେବେ ଖୋଲିବ ତହିଁ
ଘରେ ପହଞ୍ଚିବ ସହଳ ଯାଇ
ଘର ଖବର ତ ତାପାଖେ ନାହିଁ
କେମିତି ଭେଟିବ ଚଞ୍ଚଳ ଯାଇ
କରୋନା ପାଇଁ
ମନ ଭାରି ଛଟପଟ ହୁଅଇ।
ଜଗନ୍ନାଥ ତୁମେ ଜଗତ ସାଇଁ
ସଭିଙ୍କୁ ରଖ ହେ ଘଣ୍ଟ ଘୋଡ଼ାଇ
ନିବେଦନ ପଦେ ଘେନ ଗୋସାଇଁ
ପତିତପାବନ ନାମ ବୋଲାଇ
କରୋନା ପାଇଁ
ଚକ୍ର କିବା କାମ କରଇ ନାହିଁ ।।
ଅଜୟ କୁମାର ମହାନ୍ତି
ହରିପୁର, କବିରପୁର, ଯାଜପୁର
*********
ଭାରି ଦୁଃଖୀ ଆଜି ଶ୍ରମିକ ଭାଇ
କରୋନା ପାଇଁ
ହାତରେ ତାହାର କାମ ଯେ ନାହିଁ।
ହାତ ଗୋଡ଼ ଥାଇ
ହାତ ଟେକାକୁ ସେ ରହିଛି ଚାହିଁ।
ଘରେ ତାର ଦାନା ସରି ଆସଇ
ବେଳୁ ବେଳ ଦୁଃଖ ବଢ଼ି ଚାଲଇ
ଅନ୍ୟ ରାଇଜକୁ ଥିଲା ଯେ ଧାଇଁ
ପେଟପାଇଁ ଟଙ୍କା ଯୋଗାଡ ପାଇଁ
କରୋନା ପାଇଁ
କେତେ ହନ୍ତସନ୍ତ ହେଉଛି ସେହି।
କାରଖାନା ପାଇଁ କାମ ଯେ ନାହିଁ
ରହିବାକୁ ସେଠି ଥାନ ତା କାହିଁ
ଘରକୁ ବାହୁଡ଼ି ଆସିବା ପାଇଁ
ଗାଡ଼ି ଘୋଡ଼ା କିଛି ଚାଲଇ ନାହିଁ
କରୋନା ପାଇଁ
ଜୀବନକୁ ଦେଇ ପାଣି ଛଡ଼ାଇ
ରାସ୍ତା କଡ଼େ ସେତ ପଡ଼ିଛି ଯାଇଁ।
ଘର କଥା ତାର ମନେ ପଡ଼ଇ
ଫେରିବା ବାଟ ତା ଥିବେ ଯେ ଚାହିଁ
ଘରେ ଗୋଟେ କାଣି କଉଡ଼ି ନାହିଁ
କରୋନା ପାଇଁ
ସତେ କଣ ତାଙ୍କୁ ଭେଟିବ ଯାଇ।
ଝିଅ ବାହାଘର କରିବାପାଇଁ
ଯାଇଥିଲା ଟଙ୍କା ସଞ୍ଚିବା ପାଇଁ
କରୋନା ଆସିଲା କେଉଁଠୁ ଧାଇଁ
ସବୁ ଆଶା ତାର ଗଲା ମିଳାଇ
କରୋନା ପାଇଁ
ବାହାଘର କରି ପାରିବ ନାହିଁ।
ଲକ୍ ଡାଉନ୍ କେବେ ଖୋଲିବ ତହିଁ
ଘରେ ପହଞ୍ଚିବ ସହଳ ଯାଇ
ଘର ଖବର ତ ତାପାଖେ ନାହିଁ
କେମିତି ଭେଟିବ ଚଞ୍ଚଳ ଯାଇ
କରୋନା ପାଇଁ
ମନ ଭାରି ଛଟପଟ ହୁଅଇ।
ଜଗନ୍ନାଥ ତୁମେ ଜଗତ ସାଇଁ
ସଭିଙ୍କୁ ରଖ ହେ ଘଣ୍ଟ ଘୋଡ଼ାଇ
ନିବେଦନ ପଦେ ଘେନ ଗୋସାଇଁ
ପତିତପାବନ ନାମ ବୋଲାଇ
କରୋନା ପାଇଁ
ଚକ୍ର କିବା କାମ କରଇ ନାହିଁ ।।
ଅଜୟ କୁମାର ମହାନ୍ତି
ହରିପୁର, କବିରପୁର, ଯାଜପୁର




0 Comments