ଅମର ସେ ନୁହେଁ, ମର ଏ ମଣିଷ-
ପାଦଚିହ୍ନ ଲିଭିବ ଦିନେ ସତେ,
ଫେରିବାର ବେଳ, ନିର୍ଦ୍ଧିଷ୍ଠ ନିମିଷ,
ଧରଣୀ ଶୋଷିତ ହୋଇବ କେତେ ?
କାହିଁକି ଭାଙ୍ଗୁଛ ପଥରର କାୟା-
କି ଲାଗି ଖୋଜୁଛ ଧନ ସମ୍ପଦ,
ଘାରିନି କି କେବେ, ବନସ୍ତରେ ମାୟା,
ଶୁଭିନି କି କାନେ ମହୀର ଶବ୍ଦ !
ଶୁଷ୍କ ଦିଶୁ ଯେତେ ନିଦାଘ ନିଆଁରେ-
ଲୁପ୍ତ ଲାଗୁ ସେ ଧରାର କୋଳରେ,
ହଜିଥାଉ ଜଡ ମରୁ ଦୁନିଆଁରେ,
ହସି ଉଠିବ ଠିକଣା ବେଳରେ I
ଢ଼ାଳି ବାକୁ ଦିଅ ତା'ର ମୁର୍ଚ୍ଛନା-
ରହିବାକୁ ଦିଅ ପଥେ ପଥର,
ଆଜି ବି ଅଧୀର ପର୍ବତ ଝରଣା,ଦେବାକୁ ବନକୁ ବାର୍ତା ନଭର I I
ରଞ୍ଜିତ କୁ ସାହୁ
2247 କୋମୋନ ୱଏଲ୍ଥ ଡ୍ରାଇଭ
ଚାରଲୋଟସଭିଲ୍ଲେ, ଭିର୍ଜିନିଆ
ଯୁକ୍ତରାଷ୍ଟ୍ର ଆମେରିକା 22901




0 Comments