ସଞ୍ଜ ହେଇ ଆସୁଥାଏ ସବୁଦିନ ପରି ଆଜି ବି ରାନୀ ଭଲସେ ଧୂଆଧୋଇ ହେଇ ଶାଢ଼ି ବଦଳି ସଞ୍ଜ ଦେବା ପାଇଁ ବାହାରୁ ଥାଏ । ସେତିକି ବେଳକୁ ତା ଫୋନ୍ ଆସିଲା, ଯାଇ ଦେଖେ ତ ତା ଭଉଣୀ ଫୋନ୍ କରିଛି। ଫୋନ୍ ଉଠାଇ ହାଲୋ କହିଵା ପୂର୍ବରୁ ତା ଭଉଣୀ ଦୁଃଖ ସ୍ବର ରେ କହିଲା । ଜାଣିଛୁ ଦିଦି ଆମ ଯୋଉ ମଦନା ଭାଇ ଆଜି ସେ ଆତ୍ମହତ୍ୟା କରିଦେଲା କୂଅ କୁ ଡେଇଁ।ଭାଉଣୀ ର କଥା ଶୁଣି ରାନି ଆଖି ଲୁହରେ ଭରିଗଲା ଆଉ କିଛି ସମୟ ପାଇଁ ସେ ପୁରା ଆବାକ ହେଇ ରହିଗଲା ସତେ ଯେମିତି ତାର ଅତି ପ୍ରିୟ ଓ ନିଜର ମଣିଷଟି ତାକୁ ଛାଡ଼ି ସବୁଦିନ ପାଇଁ ତା'ଠୁ ଦୂରକୁ ଚାଲିଗଲା । ରାନି ପୁରା ଆତ୍ମବିଭୋର ହୋଇଗଲା ଆଉ କିଛି ସମୟ ପାଇଁ ସେ ତା ବର୍ତ୍ତମାନ ରୁ ଅତୀତ କୁ ପଳେଇଲା। ତାର ସେଇ ଛୋଟ ବେଳ ଆଉ ମଦନ ଭାଇ ସାଂଗ ରେ ଖେଳିବା ଆଉ ସାଂଗରେ ବିଦ୍ୟାଳୟ କୁ ଯିବା ଆଉ ମଦନ ଭାଇ ତା ପାଇଁ କେମିତି ଗଛରେ ଚଢି ବରକୋଳି, ଆମ୍ବ, କଇଆ ଆଉ ପିଜୁଳି ଆଣେ। ଏମିତି ରାନିର ସବୁକଥା ମନେପଡୁ ଥାଏ ଆଉ ତା ଆଖି ରୁ ଲୁହ ବୋହିଯାଉଥାଏ । ପୁଣି ଏ କଥା ବି ତଳକୁ ଆସିଲା ତାକୁ ଯଦି କେହି କିଛି କହୁଥିଲା ମଦନା ଭାଇ ସେ ଲୋକ ସହ କେମିତି ଝଗଡ଼ା କରୁଥିଲା । ମଦନା ଭାଇ ତାକୁ ଭାରି ଭଲପାଉଥିଲା। ତା ମଦନ ଭାଇ ଭାରି ସରଳ ଓ ନିଷ୍କପଟ ମଣିଷଟି । କାହାର କିଛି କେବେ ଖରାପ କରିବାତ ଦୁରର କଥା ଚିନ୍ତା ବି କରେନି। ବିଚରା ପିଲାବେଳୁ ମାଆ କୁ ହରେଇଛି। ଆଉ ବାପା କଥା ନ କହିଲେ ଭଲ ଘୋଡା ମଦୁଆଟା। ତା ମାଆ ମରିବା କିଛି ଦିନ ଯାଇଛି କି ନାହିଁ ତା ବାପା ଆଉ ଗୋଟେ ବାହା ହେଇ ଆସିଲା ଭାରି । ସାବତ ମା ତାକୁ ଦେଖିସହି ପାରେନା, ଖାଇବାକୁ ଭଲସେ ତାକୁ ଦିଏନି, ବହୁତ ମାରେ ହେଲେ ପଦଟିଏ ବି ଖରାପ ତା ସାବତ ମା ବିଷୟରେ କାହାକୁ କୁହେନି। ଦଶମ ପାସ ପରେ ମୁଁ ସହରରେ ରହି ପଢ଼ିବା ପାଇଁ ହଷ୍ଟେଲ ଆସି ରହିଲି। ଦଶମ ପାସ ପରେ ମଦନ ଭାଇକୁ ତା ସାବତ ମା ଆଉ ପଢିଵାକୁ ଦେଲାନି ତେଣୁ ସେ ତା ପାଠ ଛାଡ଼ି କମ୍ପାନି ରେ କାମ କଲା। ମୁଁ ଛୁଟିରେ ଯେବେ ଗାଁ କୁ ଯାଏ ମଦନା ଭାଇ ସହ କିଛି ସମୟ ବିତାଏ। ମଦନା ଭାଇ କମ୍ପାନୀ ଆଉ ଘର କାମ କରି ଭାରି ଦୁର୍ବଳ ହେଇଗଲା। ହେଲେ ତାର ସେ ସାବତ ମା ତାର ସବୁ ରୋଜଗାର ପଇସା ନେଇ ଯାଏ ହେଲେ ଭଲରେ ଗଣ୍ଡେ ଖାଇବାକୁ ଦିଏନି। ବହୁତ ନିର୍ଯାତନା ଦିଏ। ବଧେ ଆଜି ସେ ଅକଥନୀୟ ନିର୍ଯାତନା ସହିନପାରି ତା ଅତି ପ୍ରିୟ ମଦନ ଭାଇ ଆର୍ମହତ୍ୟା କରିଛି। ରାନି ତାର ଅତିତ ଆଉ ତା ମଦନା ଭାଇ କଥା ଭାବି ଆଖିରୁ ଲୁହ ଗଡାଉଥିଲା । ସେତିକି ବେଳକୁ ତା ଶାଶୁ ଡାକ ପକାଇଲେ ସଞ୍ଜ ଗଡିଯାଉଛି । ଆଜି କ'ଣ ସଞ୍ଜ ଦଵୁନିକି, ଶାଶୁ ଙ୍କ ଡାକ ଶୁଣି ରାନି ତା ଅତିତରୁ ବର୍ତ୍ତମାନ କୁ ଫେରି ଆସିଲା ଆଉ ତା ଦୁଃଖ କୁ ଛାତିରେ ଚାପି ଧରି ଆଖିରୁ ଲୁହ ପୋଛିଲା। ଆଉ ସଞ୍ଜ ଦେବା ପାଇଁ ବାହାରି ଗଲା ଠାକୁର ଘରକୁ। ଠାକୁର ଙ୍କୁ ସଞ୍ଜ ଦେଇ ଏତିକି ଗୁହାରି କଲା, ହେ ଠାକୁର ମୋ ମଦନ ଭାଇ ଆତ୍ମାକୁ ଶାନ୍ତି ଦିଅ। ସେ ଏବେ ସବୁ ଦୁଃଖ, କଷ୍ଟ ଓ ନିର୍ଯାତନା ରୁ ମୁକ୍ତି ହୋଇ ଟିକେ ଶାନ୍ତିରେ ତା ମାଆ କୋଳରେ ଆରାମରେ ଶୋଇବ ।
ଦେବୀପ୍ରିୟା ଦାସ
ଭୁବନେଶ୍ୱର
Devipriya Das
C/o Bhaskar Chandra Das
Bhubaneswar
ଭୁବନେଶ୍ୱର
Devipriya Das
C/o Bhaskar Chandra Das
Bhubaneswar




1 Comments
ଚମତ୍କାର ଲାଗିଲା ରାନୀର ମନକଥା। ମଦନାର ସମଦୁଃଖୀ ଓ ତାର ଶାନ୍ତି ପାଇଁ ପ୍ରାର୍ଥନା.... ରାନୀର ସହୃଦୟତା ମାନବିକଧର୍ମର ପ୍ରତୀକ। ଧନ୍ୟବାଦ
ReplyDelete