ପହିଲି ଆଷାଢ଼
*******
ଆସଇ ବରଷା ନିଦାଘ ଶେଷେ
ହସଇ ବସୁଧା ତାର ପରଶେ
ଆଷାଢ଼, ଶ୍ରାବଣ ଏହି ଦୁଇ ମାସେ
ଘନ ଘନ ତୁହା ମେଘ ବରଷେ
ଶୁଷ୍କ ବସୁଧା ଫେରି ପାଏ ଜୀବନ
ପହିଲି ଆଷାଢ଼ର ପାଇ ଜଳଦାନ
ଶ୍ରୀ ହୀନ ବସୁଧା ଦିଶେ ସବୁଜ ମୟ
ବକ୍ଷେ ଜନ୍ମେ ଯେବେ ଗୁଳ୍ମ ମାନ
ନଈ ନାଳ ଗାଡିଆ ଉଚ୍ଛୁଳି ଉଠେ
ଓଳି ଦାଣ୍ଡ ପାଣି ଯେବେ ପ୍ରବେଶେ
କେ କଟ୍ କଟ୍ ରାବେ ଡାହୁକ
ପହିଲି ଆଷାଢ଼ କୁ କରେ ସ୍ବାଗତ
ବିଜୁଳି ର ଚକ୍ ମକ୍ ଆଲୋକେ
ଗାଁ ଟି ମୁକୁତା ପରି ଝଲସେ
ରୁଣୁଝୁଣୁ ତାଳେ ମେଘ ବରଷେ
ସଭିଙ୍କ ମନ କୁ ସେ ହରଷେ
କୁନି କୁନି ହାତେ କାଗଜ ଡଙ୍ଗା
ପାଣି ସୁଏ ଭାସେ ଅତି ଆନନ୍ଦେ
ବରଷା ସାଙ୍ଗ କୁ କୋହଲା ପବନ
ଶିହରଣ ଖେଳାଏ ତନୁ ମନ ।।
ଲଲାଟେନ୍ଦୁ ବାରିକ
ବାସୁଦେବପୁର, ଭଦ୍ରକ
*******
ଆସଇ ବରଷା ନିଦାଘ ଶେଷେ
ହସଇ ବସୁଧା ତାର ପରଶେ
ଆଷାଢ଼, ଶ୍ରାବଣ ଏହି ଦୁଇ ମାସେ
ଘନ ଘନ ତୁହା ମେଘ ବରଷେ
ଶୁଷ୍କ ବସୁଧା ଫେରି ପାଏ ଜୀବନ
ପହିଲି ଆଷାଢ଼ର ପାଇ ଜଳଦାନ
ଶ୍ରୀ ହୀନ ବସୁଧା ଦିଶେ ସବୁଜ ମୟ
ବକ୍ଷେ ଜନ୍ମେ ଯେବେ ଗୁଳ୍ମ ମାନ
ନଈ ନାଳ ଗାଡିଆ ଉଚ୍ଛୁଳି ଉଠେ
ଓଳି ଦାଣ୍ଡ ପାଣି ଯେବେ ପ୍ରବେଶେ
କେ କଟ୍ କଟ୍ ରାବେ ଡାହୁକ
ପହିଲି ଆଷାଢ଼ କୁ କରେ ସ୍ବାଗତ
ବିଜୁଳି ର ଚକ୍ ମକ୍ ଆଲୋକେ
ଗାଁ ଟି ମୁକୁତା ପରି ଝଲସେ
ରୁଣୁଝୁଣୁ ତାଳେ ମେଘ ବରଷେ
ସଭିଙ୍କ ମନ କୁ ସେ ହରଷେ
କୁନି କୁନି ହାତେ କାଗଜ ଡଙ୍ଗା
ପାଣି ସୁଏ ଭାସେ ଅତି ଆନନ୍ଦେ
ବରଷା ସାଙ୍ଗ କୁ କୋହଲା ପବନ
ଶିହରଣ ଖେଳାଏ ତନୁ ମନ ।।
ଲଲାଟେନ୍ଦୁ ବାରିକ
ବାସୁଦେବପୁର, ଭଦ୍ରକ




0 Comments