କହିଲେ କହିବ କହୁଛି- ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର

କହିଲେ କହିବ କହୁଛି
*******

ଓଡିଆ ଭାଷା ସୁରକ୍ଷା ମଞ୍ଚେ ଯିଏ ପ୍ରଧାନ ନାୟକ ସାଜିଛି,
ତା'ଘରେ ଯାଇ ଦେଖ ମମି ଡାଡି ଡାକେ ଘର ତା ଉଠୁଛି ପଡୁଛି।
ମୁଁ ୟାକୁ ହିଁ ବିରୋଧ କରୁଛି,କହିଲେ କହିବ କହୁଛି ।।
ପଇସା ପାଇଁ କି ବିଏ ପଢ଼ି ପୁଅ ସୁରାଟେ ଦାଦନ ଖଟୁଛି,
ଧରମ ପାଳକ ରାଜନେତା ଏଠି ଗରମ ଶାସନ କରୁଛି।
ଦେଖିଲେ ଆତ୍ମା କାନ୍ଦୁଛି ,କହିଲେ କହିବ କହୁଛି ।।
ସଡକ ସୁରକ୍ଷା ଜୀବନ ରକ୍ଷା ପାଇଁ ଯେ ନିୟମ ହେଉଛି,
 ଧର୍ଷଣ ଭୟେ ନାରୀ ଟି ଏଠି ନିଜ ଗାଁ ଛକ ଯିବାକୁ ଡରୁଛି।
 କହିଲେ କହିବ କହୁଛି,କହିଲେ କହିବ କହୁଛି ।।
ପୁଅ ପଢା ପାଇଁ ବାପ ଟା ଖରଚ ଲକ୍ଷଲକ୍ଷ ଟଙ୍କା କରୁଛି,
ସୁନ୍ଦରୀ ପାଇଲେ ସେଇ ବାପାଟାକୁ ପୁଅ ଛାଡି ଚାଲିଯାଉଛି।
ମାନବିକତା ଆଜି ମରିଛି,କହିଲେ କହିବ କହୁଛି ।।
ମନ୍ଦିର ଭିତର ପଥର ରେ ଆଜି ମଣିଷ ଦେବତା ଖୋଜୁଛି,
ଘରର ଚଳନ୍ତା ଠାକୁର ମା ବାପା ବୃଦ୍ଧାଶ୍ରମେ ବନ୍ଧା ପଡଛି ।।
ଦେଖିଲେ ଦୟା ଲାଗୁଛି,କହିଲେ କହିବ କହୁଛି  ।।
ସବୁତ କାଳିଆ ଦେଖୁଛି,ବସିକି ହିସାବ କରୁଛି
ଯା'ପାଇଁ ଯେପରି,ତା ପାଇଁ ସେପରି,ମନ ଜାଣି ଫଳ ଦେଉଛି,
ପାପି କୁ ଵିନାଶ କରୁଛି, କହିଲେ କହିବ କହୁଛି  ।।

ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର                                    
ଅଧ୍ୟାପକ,ବୈଦିକ ମହାବିଦ୍ୟାଳୟ,ସମ୍ବଲପୁର

Post a Comment

0 Comments