ଆଖିରେ ସପନ ନାହିଁ
ଅଧିର ଭାବନା ନାହିଁ
ରହିଛି ବାଟକୁ ଚାହିଁ
ଆସିଲେ ଦେଖିବି ମୁହିଁ
ତୁମେ ନ ଆସିବା ପାଇଁ
ମନରେ ଯାଉଛି ଧାଇଁ
ଝରକା ପାଖକୁ ଯାଇ
କାନ୍ଦିକି ବସୁଛି ମୁହିଁ
ଅଦିନିଆ ମେଘ ହୁଅ
ଭିଜେଇ ଦେଇ ହିଁ ଯାଅ
ଆଶା ଟିକେ ଦେଇଦିଅ
ବିଶ୍ୱାସରେ ଭରିଦିଅ
ଇଛା ନାହିଁ ରହିବାକୁ
କରି ପର ଝରକାକୁ
ହୃଦୟ ବି ଚାହେଁ ତାକୁ
ବନ୍ଧନରେ ବାନ୍ଧିବାକୁ
ସର୍ବଦା ସାଥିରେ ଥାଏ
ବାଟ ମତେ ହିଁ ଦେଖାଏ
ମୋ କଥାଟା ବୁଝେ ଯିଏ
ଝରକା ମିତଣୀ ସିଏ
ଅଝଟିଆ ନୁହେଁ ଆଜି
ବାରବୁଲା ନୁହେଁ ଆଜି
ଉତ୍ତର ଦିଏନି ଆଜି
ଝରକା ବ୍ୟକ୍ତିତ୍ୱ ସାଜି
ଭେଦ ଭାବ ନାହିଁ କିଛି
ଓଠେ ହସ ଫୁଟାଉଛି
ସକାଳୁ ହିଁ ଉଠାଉଛି
ସୂରୁଜ ଦେଖି ଅଛି
ଚୋରି କରିନି କାହାର
ଚଲା ପଥ ସମୟର
ଜମା ଋଣୀ ନୁହେଁ ମୋର
ଆତ୍ମୀୟ ଝରକା ମୋର ।।
ଗେଲାମଣି ପ୍ରଧାନ
ବି.ସି.ଏ
ଗ୍ରାମ-ଲୁହାଗୁଡି
ଜିଲ୍ଲା-ଗଜପତି




0 Comments