ମଣିଷ ଗଛ- ବାସନ୍ତୀ ଲତା ଜେନା



ଗଛ ଲଗାଇଲେ ଫଳ ଫଳି ଥାଏ 

      ଉତ୍ତମ ବନ୍ଧୁରେ ଗଣା 

ପରୋପକାରରେ ଦିନ ତାର ବିତେ 

      ହୁଏ ନାହିଁ ବାଟ ବଣା    l୧l


ମଣିଷ ଗଛକୁ ଯତ୍ନେ ବଢ଼ାଇଲେ 

     ସ୍ନେହ ଶ୍ରଦ୍ଧା ପ୍ରିତିଦେଇ 

ଦୟା କ୍ଷମା ଗୁଣ ତା ମଧ୍ୟେ ଭରିଲେ 

       ସଂସ୍କାରି ତ ସେ ହୁଅଇ   l୨l 


ବେଳେ ବେଳେ ବନ୍ଧୁ ସବୁ ପ୍ରଚେଷ୍ଟା ତ 

      ହୋଇ ଯାଏ ଅକାରଣ 

ସ୍ୱାର୍ଥନ୍ୱେଷୀ ହେଲେ ବିବେକ ଯେ ପୋଡେ 

     କରେ ଦୁଷ୍ଟ ଆଚରଣ       l୩l


ବୁଦ୍ଧ ପିତା ମାତା ହତାଦର କରେ 

       ଜରାଶ୍ରମେ ନେଇ ଛାଡେ 

ଭାଇ ଭଉଣୀକୁ ସ୍ନେହ ଉଣା କରେ 

      ଅଣ୍ଟିରୁ ଧନ ନ କାଢ଼େ     l୪l


ମନ୍ଦକୁ ସୁମରି ଭଲ ନ ଛାଡ଼ିବା 

      କରୁଥିବା ନିଜ କାମ 

ମଣିଷ ଗଛ ଯେ ସମାଜ ପାଇଁକି 

      ବିକାଶର ପଥ ସମ     l୫l


ସତ୍ୟ ଧର୍ମ ନ୍ୟlୟେ ଚନ୍ଦ୍ର ସୂର୍ଯ୍ୟ ତାରl 

      ହୋଇ ଥାନ୍ତି ଆତ ଯାତ 

ଭଗବାନ ସାହା ସତ୍ୟରେ ହୁଅନ୍ତି 

       ବିକଳ୍ପରେ ନୁହେଁ ପଥ     l୬l


ସତ୍ୟ ପଥେ  ଆମେ ନିତି ଚାଲୁଥିବା 

      ଗୁରୁ ଜନେ ଶ୍ରଦ୍ଧା ଭକ୍ତି 

ଲଘୁ ଜନଙ୍କୁ ଯେ ସ୍ନେହ ପ୍ରୀତି ଦେଇ 

     ମାର୍ଜିତ କରିବା ସ୍ଥିତି     l୭l


ମଣିଷ ଗଛ ତ ସବୁଠୁ ଉନ୍ନତ 

    କୃତଜ୍ଞତା ଦେବା ଭରି 

ନିଃସ୍ୱାର୍ଥ ପ୍ରେମରେ ପରୋପକାରରେ 

      ଯଶଖ୍ୟାତି ଯିବ ପୁରି     l8 l


ମଣିଷ ଗଛ ତ ସମସ୍ତେ  ଲଗାଅ 

     ଆଶା ରଖ ନାହିଁ କିଛି 

ସୁ ମଣିଷ କିଛି ନିଶ୍ଚୟ ହୋଇବେ 

     ଅନ୍ଧକାର ଦେବେ ପୋଛି     l୯l


ଏ ମଣିଷ ଗଛ ମର୍ତ୍ତ୍ୟର ସୁଷମା 

      ସ୍ୱାସ୍ଥ୍ୟବାନ ହେବ ପରା 

ଖାଦ୍ୟ ସାର ଦେଇ ଯତନେ ପାଳିବା 

      ହସିବ ଏ ମର୍ତ୍ତ୍ୟ ଧରା     l୧୦l


ବାସନ୍ତୀ ଲତା ଜେନା

ଗାନ୍ଧିନଗର, ବବରଙ୍ଗପୁର  

Post a Comment

0 Comments