ପ୍ରେମ- ସୁନୁ ଲତା ଘଡେଇ


            ପ୍ରେମ  କେବଳ ଦୁଇଟି ଅକ୍ଷର ନୁହେଁ ତାହାର ଭାବ ଅନେକ ଅନୁଭୂତି ଅସୀମ ଦୁଇଟି ଅକ୍ଷର ର ସମଷ୍ଟି ରେ ସୃଷ୍ଟି 'ପ୍ରେମ ' ଶବ୍ଦ ଟି ସତ୍ୟ, ଶିବ ଓ ସୁନ୍ଦର ର ଉପଲବ୍ଧି     ସ୍ବର୍ଗୀୟ ଭାବବଳୟ ରେ ଜୀବନ ପୁଷ୍ପ ର ସୁରଭି ବାଣ୍ଟୁଥିବା ଏକ ମାନବିୟ ପ୍ରତିକ୍ରିୟା     ଯାହାର ପ୍ରକୃତ ଉପଲବ୍ଧି ସ୍ବର୍ଗୀୟ ଆନନ୍ଦ ର ପ୍ରାପ୍ତି      ପ୍ରେମ ର କୋମଳତା ପୁଷ୍ପ ପରି ଅନୁଭବି     ପ୍ରେମ ର ଅର୍ଥ ନୁହେଁ ଯୌନପିପାସା , ଦୈହିକ ମିଳନ ର କ୍ଷୁଧା , ପ୍ରେମ ର ଅର୍ଥ  ମହାନ  ଦୁଇଟି ଆତ୍ମା ର ମିଳନ, ଦୁଇଟି ମନ ର ମିଳନ      ପ୍ରେମ ପ୍ରେମ ଗୌରବାନ୍ଵତ ହୁଏ ସ୍ୱାର୍ଥ ର ତ୍ୟାଗ ରେ, ନିଃସର୍ତ୍ତ ଭଲପାଇବା ରେ , ପ୍ରେମିକା କୁ ସୁଖୀ କରିବା ର ଅଦ୍ୟମ ପ୍ରଚେଷ୍ଟା ରେ      ପ୍ରକୃତ ପ୍ରେମ ର ଅନ୍ୟ କିଛି ଖରାପ ଉଦ୍ଦେଶ୍ୟ ନଥାଏ      ଭଲପାଇବା ହିଁ କେଵଳ ଭଲପାଇବା        ଦେହ ର ତାତି , ମନ ର କ୍ଷୁଧା ମେଣ୍ଟାଇବା ପାଇଁ କଞ୍ଚା ଯୌବନ ର ନଗ୍ନ ରୂପ ଆଗରେ ନିଜର ମାନବିକତା କୁ ବଳିଦେବା ପ୍ରେମ ର ଅସଲ ଲକ୍ଷ୍ୟ ନୁହେଁ     ପ୍ରେମ ର ପ୍ରକୃତ ଲକ୍ଷ୍ୟ ପରସ୍ପର ର ଖୁସି ପାଇଁ ସ୍ୱାର୍ଥ ଓ ତ୍ୟାଗ ର ବଳିଦାନ ରେ ଆତ୍ମତୃପ୍ତି ପାଇବା     ପ୍ରେମ ସୁବର୍ଣ୍ଣଦୀପ୍ତ , ତ୍ୟାଗପୁତ ପ୍ରେମ ରେ ସେ ଦୀପ୍ତି ଅନୁଭୂତ , ମନ ର ମିଳନ ରେ ପ୍ରେମ ର ଉପଲବ୍ଧି      ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରେ ପ୍ରକୃତ ପ୍ରେମ ଦୀର୍ଘାୟୁ ହୁଏ        ପ୍ରେମ ଯେତେ ବେଶୀ ଦୈହିକ ନୁହେଁ ସେତେ ବେଶୀ ମାନସିକ, ମାତ୍ର ଦେହ କୁ ଆଧାର କରି ମାନସିକ ତୃପ୍ତି ଓ ମନ ରେ ତା'ର ଉପଲବ୍ଧି        ମାନବ ପ୍ରେମ ଜାନ୍ତବ  ପିପାସା ରେ ଛନ୍ଦା ନୁହେଁ     ସେଥିରେ ସ୍ବର୍ଗୀୟ ଅନୁଭବ ,   ଦୈବୀ ଭାବ ରହିଥାଏ       ପ୍ରେମ ର ଶକ୍ତି ଅସୀମ , ତେଜ ଅପ୍ରତିହତ        ପ୍ରକୃତ ପ୍ରେମ ସହଜଲବ୍ଧ ନୁହେଁ      ପ୍ରେମ ତ ଈଶ୍ୱର ଙ୍କ ଦାନ     ବୋହୁ ସନ୍ତାପ , ବୋହୁ ତାଡନା , ବୋହୁ ଯନ୍ତ୍ରଣା ମଧ୍ୟ ଦେଇ ପ୍ରେମିକ ଓ ପ୍ରେମିକା ଗତି କରନ୍ତି ପ୍ରେମ ପଥ ରେ      ବିରୋଧ ନଥିଲେ ପ୍ରେମ ଗଭୀର ହୁଏନା        କଣ୍ଟକିତ ପ୍ରେମ ର ପଥ ରେ କେଵଳ ପ୍ରେମ କୁ ଆଧାର କରି ପରସ୍ପର ଅନ୍ୟ ଜଣଙ୍କ ମଧ୍ୟରେ ନିଜକୁ ଉପଲବ୍ଧି କରନ୍ତି   ଓ କଣ୍ଟକିତ ପଥ କୁ ମଧ୍ୟ ପୁଷ୍ପମୟ ପଥ ତୁଲ୍ୟ ମନେ କରି ପ୍ରେମୀ ଯୁଗଳ ପ୍ରେମ ପଥ ରେ ଆଗୁସାର ହୁଅନ୍ତି  ଓ  ସୃଷ୍ଟି କରନ୍ତି ଗୋଟିଏ ନୂଆ ପୃଥିବୀ  - - - ପ୍ରେମମୟ ପୃଥିବୀ - - - - - !

ରକ୍ଷଣଶୀଳ  ସମାଜ ର ଦାର୍ଦ୍ଧତା  ଓ ରୂଢିବାଦୀ ଚାପ   ସହ ଯାବତୀୟ ନୀତିନିୟମ ମଧ୍ୟ ପ୍ରକୃତ ପ୍ରେମ ର ପଥରୋଧ କରିପାରେ ନାହିଁ  ।


ସୁନୁ ଲତା ଘଡେଇ

Post a Comment

0 Comments