ଅନ ଲକ୍ ୪ - ରାମ ଚନ୍ଦ୍ର ମହାନ୍ତି




ଖୋଲି ହେଉ ନାହିଁ ପୁରା ତାଲା ଗୋଟି

ଦେଖି କରୋନା ର ଗତି,

ଧିରେ ଧିରେ ଦେଶ ଖୋଲୁଛି ତାଲା କୁ

ମନେ ସଞ୍ଚାରଇ ଭୀତି।।


କଣ୍ଟେ୍ନମେଣ୍ଟ ରେ କାମ ଦେବ ନାହିଁ

ଏହି ଅନ୍ ଲକ୍ ଚାରି,

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସ୍କୁଲ

କଲେଜ କୁ ବନ୍ଦ କରି।।


ଅଧା ଭାଗ ଗୁରୁ ବିଦ୍ୟାଳୟ ଯିବେ

ଅନ୍ ଲାଇନ୍ ପାଠ ଜାରି,

ନବମୁ ଦ୍ଵାଦଶ ଛାତ୍ର ଛାତ୍ରୀ ଗଣ

ଗୁରୁଙ୍କୁ ଯିବେ ପଚାରି।।


ସାତ ତାରିଖ ରୁ ମେଟ୍ରୋ ରେଳ ଯିବ

ସମାଜ ଦୂରତା ରଖି,

ରାଜ୍ୟ ବାହାରକୁ ଗମନ କରିବ

କୋଭିଡ୍ ନିୟମ ଦେଖି ।।


ବାର, ଜିମ୍ ଆଉ ଚଳଚିତ୍ର ଘର

ହୋଇ ପାରିବନି ଖୋଲି,

ଏକୋଇଶି ପରେ ଥିଏଟର ଦେଖ

ମୁଖରେ ମୂଖାକୁ ଭରି।।



ସାଂସ୍କୃତିକ କିମ୍ବା ଧର୍ମ ସ୍ଥଳି ଠାରେ

ଶହେ ରୁ ଅଧିକା ନାହିଁ,

ଦକ୍ଷତା ବିକାଶ ପ୍ରତିଷ୍ଠାନ ପାଇଁ

ନିୟମ କୋହଳ ହୋଇ।।


ଅନ୍ତର୍ୟାତୀୟ ବିମାନ ସେବା ପାଇଁ

ଅନୁମତି ଏବେ ନାହିଁ

ଲକ୍ ଡାଉନ୍, ସର୍ଟ୍ ଡାଉନ୍ କଥା

କେନ୍ଦ୍ର ହାତେ ଗଲା ରହି।।


ନିୟମ ପାଳିବା ସଜାଗ ରହିବା

ଆହେ ମାେ ଭାରତ ବାସୀ

କରୋନା କୁ ନିଶ୍ଚେ ଦୂରେଇ ପାରିବା

ଜୀବନରେ ହସି ହସି।।


ରାମ ଚନ୍ଦ୍ର ମହାନ୍ତି 

Post a Comment

0 Comments