କଳା ମେଘି ଆକାଶ- ଲିପି ପୃଷ୍ଟି

 


ଚିକ୍ ମିକ୍ ଖରାର 

        ଝିଲ୍ ମିଲ୍ ଛାଇ

ବର୍ଷା ରାଣୀ ବୁଲୁଛି ଆଜି

        ମଦୁଆଲ୍ ରୂପ ହୋଇ.....


ନାଚିବ କାଚିବ ବୋଲି

         କେତେ ସେ ଭାବୁଛି

କଳାମେଘି  ଆକାଶରେ

           ନିଜେ ସେ ଭିଜୁଛି.....


ମନ କାଗଜରେ କରି

        କାଗଜ ନୌକା

କେମିତି ଭସିବି ମୁଁ

        ଆଜି ଏକା ଏକା.....


ଆକାଶରେ ଆଜି

           ଇନ୍ଦ୍ରଧନୁର ଠାଣୀ

ହୃଦୟ ମନକୁ ମୋର

           ନେଇଯାଏ କିଣି .....


ସଫେଦ ଗାଲିଛା

         ପରିଲାଣୀ ଆକାଶ

କଳା ମେଘୀ ଆକାଶର

             ରୂପ ମଧୂର୍ୟ ଶେଷ.....।।


ଲିପି ପୃଷ୍ଟି

ଭଟିମୁଣ୍ଡା

Post a Comment

0 Comments