ଜୀବନ ଯୁଦ୍ଧ - ତପନ କୁମାର ସାହୁ

 




ଲୁହକୁ ପିଇବା ଜୀବନ ମୋହର 

ନାହିଁ ଟିକେ କାହିଁ ସୁଖ 

ଖୋଜିବି କାହିଁକି କେଉଁଠି କେବେଯେ 

ଜନ୍ମରୁ ଅଛିତ ଦୁଃଖ  ।


 ମନର ଭାବନା ଅକୁହା ବେଦନା 

କିଏବା କାହିଁ ବୁଝିବ 

ଆଖିରେ ଯଦିବା ଲୁହମୋ ଗଡିବ 

ଦୁନିଆ ନିଶ୍ଚେ ହସିବ  ।


ଦୁଃଖକୁ ସାଇତି ରଖିଛି ନୀରବେ 

ହୃଦୟ କନ୍ଦରେ ମୋର 

ବିଫଳତା ଭରା ଜୀବନକୁ ବୋହି 

ହେଇଚି ମୁଁ ସ୍ୱାର୍ଥପର  ।


 ସରଳ ମନକୁ ଠୋକର ସହଜ 

ମାରିଯାନ୍ତି ସର୍ବେ  ଲାତ 

ଭାଗ୍ୟର ବିଧାନ ଦେଇଛି ସମ୍ମାନ 

ନିଜେ ଆଜି ସାଜି ଭୁତ  ।


ଅର୍ଦ୍ଧଚନ୍ଦ୍ର ଜୀବନ ମୋହରେ  ଦେଇ 

ସୁଖେ ବସିଛି ବିଧାତା 

ଶରୀର ମନର ଅତୁଟ ବିରାଗ ।

 

କେତେଯେ  ସଂମ୍ପର୍କ ଆସି ଚାଲିଗଲେ 

 ଭାଙ୍ଗି  ମୋ ହୃଦୟ ଘର 

ପ୍ରେମ ପ୍ରତାରଣା ଜୀବନ ଦୁଃଖର 

ପ୍ରେମିକ ନୁହେ କାହାର ।


ମୃତ୍ୟୁ ପରି ସୁଖ କାହିଁ ବା ପାଇବି 

ଅପେକ୍ଷା ରତ ଯାହାର 

ତାହାରି କୋଳରେ ଶୋଇଲେ ନିଦ୍ରାରେ 

ଜୀବନ ହେବ ସୁନ୍ଦର ।


କେତେଯେ ବୋହିବ ଜୀବନର  ବୋଝ

ଲାଗିଲାଣି ସବୁ ପିତା  

ସ୍ୱାର୍ଥାନ୍ଦ ଜଗତେ ସ୍ଥାନ ନାହିଁ ମୋର 

ଗାଇବି କାହିଁ ମୁଁ ଗୀତା  ।


ଅଧାଗଢ଼ା ମନ ପୋଡୁଛି ଶରୀର 

ନାହିଁ କାହିଁ ଅଧିକାର 

ଚାରିଆଡେ ଦେଖି ମୃତ୍ୟୁ ଇଚ୍ଛା ହୁଏ 

କେହିତ ନାହିଁ ନିଜର  ।


ବେଦନାକୁ ଚାପି ଏଛାତି ଭିତରେ 

ଇଛାକୁ ଦେଇଛି ମାରି 

ଜାଣିଛି ଦୁନିଆ କହିବ ନିଶ୍ଚିତ 

ଯାଇଛି ମୁଁଯେ ହାରି  ।


ଆୟୁଷର ଲୋଭ  କରିବି କାହିଁକି 

ଏହିଯେ ଅନ୍ତିମ କ୍ଷଣେ 

ନୁହେଁ ମୁଁ ରାବଣ ଆସିବେ ସେ ରାମ 

ମରିବି ତାଙ୍କରି ବାଣେ ।


ଅଳ୍ପାୟୁଷ କର ଜୀବନକୁ ମୋର 

ଏହି ମୋର ନିବେଦନ 

ମୋହରି ଭାଗର ଯେତେକ ସୁଖକୁ 

ବାଣ୍ଟିଦିଅ ଭଗବାନ ।।


ତପନ କୁମାର ସାହୁ

ଟେକାରୁମାଲ, କର୍ଲାମୁଣ୍ଡା, କଳାହାଣ୍ଡି

Post a Comment

0 Comments