ଗାନ୍ଧୀ - କିରଣ ମନୀଷା ମହାନ୍ତି

 



ହେ ମହାନ ବିର ପୁଣ୍ୟ ଆତ୍ମା

ତୁମ ନୀତି ଆଜି ଅନେକ

ଲଢେଇ କରି

ନିଜ ବିଶ୍ୱାସକୁ ଦୁରେଇ ସାରିଲାଣି

ତୁମ ଅହିଂସା ମନ୍ତ୍ରକୁ ହିଂସାରେ ଆଉ

ସ୍ୱାଧୀନତା ନା ରେ 

ଏଠି ଲୁଟି ଚାଲିଛନ୍ତି

ଦିନ ଲୁଟେରା 

ନାରୀ ଦେହର ଇଜ୍ଜତ ଠାରୁ

ମା ଛାତିର କ୍ଷୀର

ଆଉ ମାଟି ମା ର 

ଶୁଖିଲା କୋଳଯାଏଁ

ସ୍ୱଚ୍ଛତା ନାଁ ରେ

ଛାତିରେ ଛାତିଏ ଅଳିଆ ଜମିଲାଣି

ଏ ବିର ଆତ୍ମା ଏଠି ଆଉ

ଗାନ୍ଧୀ ଆଦର୍ଶ ନାହିଁ

ମାଟିର କୋଳରେ ବି ପୁଳା ପୁଳା

ଗନ୍ଧ ବାରୁଦର ଏଇ ସେଇ ମାଟି

ଯାହା ପାଇଁ ତୁମେ

ଲଢେଇ କରି ଆଜି ସହିଦ


କିରଣ ମନୀଷା ମହାନ୍ତି

ପୁରୀ

Post a Comment

0 Comments