ସୋର ପାତେ ପାତେ ଲେପଚୋ ହେଇଥିଲା
ସେ ଫୁଲ 'କେ ଦେଖୁଁଥିନୁ
ତାର ରୁଗଡ଼ିର ଖେତର ଧୁଇଲଥି ଫୁଲତ ଫୁଲ ଥିଲା ll
ଜୀବନତାର ହିଟି ପଡ଼ୁଥିଲା
ବାସଥି ସେ ମହକୁଥିଲା
ଯୁଆନ ଟୁକେଲ,ପିଲାର ତାକତ ଦେଖତ ବୁଢ଼ୀରନେ ବୁଗୁଥିଲା
ଆଠୁ ଢ଼ାବତୁନ କପଟାକେ ଆଟିଥି ଖୁଚି
ଫରକୋ ଫରକୋ ଆଏର ଚାଛୁଁଥିଲା
ଫୁଲ ବୁଢ଼ୀର ଖେତଥି ପଖାଲ ଯୁଡେ ପଡ଼ୁନିକେ
ନୁକୋ ଭାତର ଲେଖେ ସୁରପୁଟି ଦେବୁ ll
ଅସାଢ କି ଭୁଦୋ କାଏଁ ବଏସାକ
ରୁଗଡ଼ି ମାଏଟର ଧୁଇଲ ବାଗିର ତାର ମୁଡ଼ର ବାଏଲ
ହାଡ଼ଗନା ସପୁର ଦେହେକେ ଠୁଟି ରଫାର ଵଫୁ
ଯାହାକେ ଦେଖବୁ କହେବେ
ଢ଼େଲାବାଟ ଡାଖୁଛେ..
ବୁଢ଼ୀ ହାଏଧନ ହାଏଧନ୍ ହେଇ ମରଛେ..
ବୁଢ଼ୀ ଧୁଇଲ ଭିତରେ ମିସିଛେ ସତ
ଆଏଜ ଫୁନି ତାର ଖଡ଼ିଆ ଚନାକେ ଚୁରେଇ ଖାଏବାର ମନ
ତାର ମୁଁହୁଁନୁ ସପା ଶୁନବାର ମନ ହେସି
ଏ ରଇଖୀଏ, ରଭିଆର ଭାଗ,
ଆରୁ ଦେହେ ପୁରତୁନ ମନ ଭରତୁନ
ଆଏତା ଯଦି ଟିକେ ଶୁନେଇ ଦିତା ତାର ବିହା ଘରର କଥା
ମୁଇଁ ଶୁନୁଥିତି ଭକୁଆ ବାଗିର
ସେ ଦିନକ ଯେନ୍ତି ଶୁନୁଥିନି ll
ଫୁଲର ବିହା ଭୂଜି ଖିଆ
ତାର ମାର ବିହା ତାର ଥାଳି ବିହା ll
ତପନ କୁମାର ସାହୁ
ଟକାରୁମାଲ, କଳାହାଣ୍ଡି
ମୋ :7328001575




0 Comments