ଗରିବ ଘରରେ ଜନ୍ମ ହେଲି ବୋଲି
ସପନ ଦେଖିବା ମନା,
ଦଇବ ସାଧିଲା ମୋ ଉପରେ ଦାଉ
ମୋ ସପନ କଲା ଚୂନା।
କ୍ଷୀରି ପୁରୀ ସ୍ୱପ ଦେଖେ ନାହିଁ ମୁହିଁ
ଭଲ ମୋ ଶାଗ ପଖାଳ ,
ବେଳେ ବେଳେ ତାହା ଭାଗ୍ୟରେ ଜୁଟେନି
ମୋର ତ ଫଟା କପାଳ ।
ସକାଳରୁ ସଂଜ ଖଟି ଚାଲିଥାଏ
ମାଲିକର ସୁଖ ପାଇଁ ,
ଘରେ ମୋ ଘରଣୀ ଉପାସ ରୁହଇ
ଲୁଗା ଖଣ୍ଡେ ତାର ନାହିଁ ।
ବାପା ମା ମୋର ରୋଗ ରେ ଶଧନ୍ତି
ପଥି ଟିକେ ନ ପାଇଣ ,
ଏମିତି ଗରିବ ଜନ୍ମ ଦେଲ କିଆଁ
କୁହ ଆହେ ନାରାୟଣ ।
ପାଠ ପଢା ସ୍ବପ୍ନ ପିଲା ପାଇଁ ମୋର
ଅନ୍ୟ ଘରେ ଗାଈ ଜଗେ ,
ମାଡ଼ ଗାଳି ଖାଇ ପଡିରହିଥାଏ
ଦୁଃଖ ଲେଖା ତାର ଭାଗ୍ୟେ ।
କୁହ ପ୍ରଭୁ କୁହ ସ୍ବପ୍ନ କି ମୋ ନାହିଁ
ସୁଖରେ ରହିବା ପାଇଁ ,
ପିତା ମାତା ସେବା ପିଲା ଙ୍କୁ ଶିକ୍ଷିତ
ମୋ ଭାଗ୍ୟରେ ନ ଜୁଟଇ ।
ବଡ଼ ଲୋକଙ୍କର ପାଦ ସେବା କରି
ବଞ୍ଚିବି ମୁଁ କେତେ ଦିନ ,
ଆହେ ଦିନବନ୍ଧୁ ଏତିକି ମାଗୁଣି
ଦେ ତୋ ପଦେ ଶରଣ ।
ଶିକ୍ଷୟତ୍ରୀ, ବାଲିପଟ୍ଟା, ଅନୁଗୋଳ




0 Comments