ଶୁଣ ଶୁଣ ସାଧୁ ଜନେ ଶୁଣ ଏ କାହାଣୀ
ଲେଖୁ ଅଛି ଦୁଃଖୀ ଏକ ନାରୀରଜୀ ବନୀ।
ନିଜ ସ୍ଵପ୍ନ ଭାଙ୍ଗି ଦେଇ ଗଢି ଥିଲା ବସା
ଭାଗ୍ୟ ବଳେ ସେହି ବସା ଭାଙ୍ଗିଲାସ ହସା।
ଦୁଃଖିନୀ ମାଆର ଦୁଃଖ ଯାଇଥିଲା ବଢ଼ି
ପାରିଲାନି ଆଉ ସୁନା ସଂସାରକୁ ଗଢି।
ପ୍ରହସନ ଚାଲି ଅଛି ଆଜି ସମ୍ପର୍କରେ
ଅପବାଦ ପାଇ ମାଆ ବୁଲେ ଦ୍ୱାରେ ଦ୍ୱାରେ।
ଯେଉଁ ଆଶା ନେଇ ନିଡ ଗଢ଼ିଥିଲା ଦିନେ
ବିଶ୍ୱାସରେ ବିଷ ମିଶି ଭାଙ୍ଗିଲା ଅଦିନେ।
ମାନ ଅପମାନ ଆଜି ହାର ତା' ଗଳାର
ଅଲୋଡା ଜୀବନ ଆଜି ଅକାରଣେ ତା'ର।
ମିଛ ଦୁନିଆରେ ସତ୍ୟ ପଡିଅଛି ବନ୍ଧା
ସତ୍ୟ ନ୍ୟାୟ ଧର୍ମ ପଥେ ତା' ଜୀବନ ଛନ୍ଦା।
ପରୀକ୍ଷାର ବେଳ ତା'ର ନ ହେଉଛି ଦୂର
ସମୟକୁ ଅପେକ୍ଷା ତା' କରିବାଟା ସାର।
ଧର୍ମ କାନ୍ଦୁଅଛି ଆଜି ବାହୁନି ବାହୁନି
ଦୁଃଖିନୀର ଦୁଃଖ ପୂର୍ଣ୍ଣଛେଦ ବି ପଡୁନି।
ଅଡୁଆ ସୂତାରେ ଆଜି ଛନ୍ଦିଛି ଜୀବନ
ସମସ୍ୟାର ସମାଧାନ ଅଟେ କି ମରଣ?
ନିଜ ଇଚ୍ଛା ବଳେ ନର କିଛି ନକରଇ
ଜନମରୁ ଜୁଇ ଯାଏ ସଂଘର୍ଷ ଚାଲଇ।
ଅଲୋଡା ଜୀବନ ତା'ର ନୁହଇଁ ସରଳ
ଆତ୍ମାହୂତୀ ପାଇଁ ଚେଷ୍ଟା ହୁଅଇ ବିଫଳ।
ଜୀବନେ ଜୀବନ ବନ୍ଧା ଯା' ସହ କରିଲା
ଦୁଃଖ ଦରିଆରେ ତା'ର ଠିକଣା ରହିଲା।
ଅଥଳ ସମୁଦ୍ରେ ଆଜି ଭେଳା ତା' ଭସାଇ
ବୁଡି ଯିବା ଭୟ ତାକୁ ସର୍ବଦା ଘାରଇ।
ସାହାରା ବିହୀନ ଆଜି ଆତୁର ଜୀବନ
ଭାବେ ବୃଦ୍ଧାଶ୍ରମେ ସିନା ହେବ ସମାପନ।
ଖବର ପାଇଲା ଦିନେ ଆସିବ ଡାକରା
ସାହାରା ଥାଇ ବି ଆଜି ହୁଏ ବେସାହାରା।
ଈଶ୍ବରଙ୍କ ନିକଟରେ କରିଲା ଗୁହାରୀ
ଦୁର୍ଲଭ ମଣିଷ ଜନ୍ମ ନଦେବ ମୋହରି।
ମଣିଷ ପଶୁଙ୍କ ମଧ୍ୟେ କରିଲା ବିଚାର
ଶ୍ରେଷ୍ଠ ଜୀବ ହୋଇ ନର ନକରେ ବିଚାର।
ଅବିବେକ ହୋଇ ସଦା ଦିଏ ନିର୍ଯାତନା
ମାନବିକତା ଶୂନ୍ୟ ଆଜି ତା ଭାବନା।
ମାଆର ମମତା ଆଜି ହୁଏ ମୂଲ୍ୟହୀନ
ଅଶାନ୍ତି ଆସୂୟା ଆଜି ଶିକାର ସେ ଜାଣ।
ଦିବା ସ୍ୱପ୍ନ ପରି ସ୍ଵପ୍ନ ଭାଙ୍ଗି ଚୁର ମାର
ଅନ୍ୟ ହାତରେ କଣ୍ଢେଇ ଜୀବନ ତାହାର।
ସ୍ୱାର୍ଥ ପାଇଁ ସବୁ ଆଜି ସାଜିଛନ୍ତି ଅନ୍ଧ
ଅର୍ଥ ପାଇଁ ସଦାବେଳେ ହେଉଅଛି ଦ୍ଵନ୍ଦ।
ଅଭିନୟେ ଶ୍ରେଷ୍ଠ ସିନା ଯେ ହୋଇ ପାରିଲା
ଏ ଦୁନିଆ ଠାରୁ ବାହା ବାହା ସେ ପାଇଲା।
ସବୁ ଦେଖି ସେ ଦୁଃଖିନୀ ବସିଛି ମଉନ
ଖୋଜି ବୁଲୁଅଛି ଆଜି ଦୁଃଖର କାରଣ।
ବାଲିଅପାଳବା, ଲେଶ୍ଵର




1 Comments
ବହୁତ ସୁନ୍ଦର ପ୍ରୟାସ
ReplyDelete