କାହିଁ ଗଲ ଶ୍ୟାମଘନ - ଅଜୟ କୁମାର ମହାନ୍ତି

 



କଦମ୍ବ ଗଛରେ ଫୁଟୁନି କଦମ୍ବ

ଯମୁନା ଯାଇଛି ରୁଷି

ଗୋପପୁର ଛାଡ଼ି ମଥୁରାକୁ ଗଲ

ଯେଉଁ ଦିନୁ ଗୋପଶଶି ।

ଝୁରେ ରାଈଧନୀ କୁଞ୍ଜବନେ ବସି

ଝୁରନ୍ତି ଗୋପୀ ଗୋପାଳ

ଯଶୋମତୀ ମାତା ଅନ୍ଧୁଣୀ ପରାୟେ

ଖୋଜୁଛି ନନ୍ଦ ଦୁଲାଳ।

କୁଞ୍ଜବନେ କୁଞ ଉଜୁଡ଼ି ଯାଇଛି

ଝୁରେ ପୁଣି ବୃନ୍ଦାବନ

କଣ୍ଟ ଦେଇଗଲ ଫେରି ଆସିବାକୁ

କାହିଁ ଗଲ ଶ୍ୟାମ ଘନ।

ବ୍ୟାକୁଳ ପରାୟେ ସେ ନନ୍ଦ ରାଜନ

ବଞ୍ଚିଛି ନନ୍ଦନନ୍ଦନ

ପଶୁ ପକ୍ଷୀ ତରୁଲତା ଜଳ ସ୍ଥଳ

ଆଉ ଗିରି ଗୋବର୍ଦ୍ଧନ।

ମାୟା ଲଗାଇଲ ଅଢ଼େଇ ଦିନକୁ

ପର କରି ଦେଇ ଗଲ

ମାରି ଦେବା ପାଇଁ ଇଚ୍ଛା ଯେବେ ଥିଲା

ମାୟା କିଆଁ ଲଗାଇଲ।।


ହରିପୁର, କବୀର ପୁର, ଯାଜପୁର

Post a Comment

0 Comments