ଏତେ ଭୟଙ୍କର ସେ ମୃତ୍ୟୁ ର ଜଳ
ବହିଆସେ କ୍ଷୀପ୍ର ବେଗେ
ନା ଜାଣିହୁଏ ନା ଦେଖିହୁଏ
ଆକସ୍ମିକ ଆସିଯାଏ ।
ବାରି ପାରେନି ପଥକୁ ପଥିକ
ଠିକଣା ସ୍ଥଳେ ପହଞ୍ଚି ପାରେନି ଶ୍ରମିକ ।।
ଗ୍ରାସି ଦିଏ ସେ ମୃତ୍ୟୁର ଜଳ
ନିମିଷକେ ଚତୁର୍ଦିଗ ନିରବ ନିଶ୍ଚଳ
ଛାଇଦିଏ ଦୁଃଖର ବିଭୀଷିକା
ଖୋଜି ବୁଲେ ପ୍ରିୟଜନ କୁ ଏକାଏକା।
କିଏ ପଥହରା କିଏ ଦିଗହରା
କାହାର ଛାରଖାର ହୁଏ ପରିବାର
ଏତେ ଭୟଙ୍କର ସେ ମୃତ୍ୟୁର ଜଳ
ଦୁଃଖରେ ଘାଣ୍ଟି ଚକଟି ଦିଏ କରି ବିକଳ।
କିଏ ମାତୃହରା କିଏ ପିତୃହରା
ପୁଣି କିଏ ସନ୍ତାନ ଭାର୍ଯ୍ୟା ହରା
ଯାହା ଖୋଜିଲେ ବି କେବଳ
ଦୂରେ ଶୁଭୁଥାଏ କ୍ରନ୍ଦନର ରୋଳ।
କାହିଁକି କେଜାଣି ଏ ବିପର୍ଯ୍ୟୟ
ସାମ୍ନାକୁ ବାରମ୍ବାର ତାଗିଦ୍ କରୁଥାଏ
ଦୁଃଖ ର ନଦୀକୁ ଠେଳି ଦେଇ
ଅଟ୍ଟହାସ୍ୟ କରି ସୂଚାଇ ଦିଏ
ଏ ତୁମ ନିୟତି ର ଖେଳ
ବେଗେ ଆସି ଯାଏ ମୃତ୍ୟୁର ଜଳ।।
ବାଉଲସିଂହା, ଭଟଲି, ବରଗଡ
9337828808




0 Comments