ଯନ୍ତ୍ରଣାର ଲହୁ - କାହ୍ନୁ ଚରଣ ସାହୁ

ହୃଦୟରେ
ଉଠୁଥିବା ଅନେକ ଜୁଆର
ଆଉ ଭଟ୍ଟା ର ପରିଣତି
ଝଲସି ଉଠେ ଦୁଇ ଆଖିରେ
ଆପେ ଆପେ
ନିର୍ଝରଣୀ ପାଲଟି ଯାଏ
କେବେ ଦୁଃଖରେ କେବେ ଖୁସୀରେ
ଆନନ୍ଦର ଅଶ୍ରୁ
କଷ୍ଟ ଯନ୍ତ୍ରଣାର ଲହୁ
ପ୍ରକାଶ କରିଦିଏ ଛାତିତଳେ
ସାଇତି ଥିବା ଅନେକ କିଛି
ଲେଖିବାକୁ ପ୍ରୟାସ କଲେ
ପାଲଟି ଯାଆନ୍ତା ବିରାଟକାୟ ପୁସ୍ତକ
ଏଥିରେ ସନ୍ଧେହ ନାହିଁ.....!!


ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ମୋ: ୮୨୪୯୫୨୦୮୮୦

Post a Comment

0 Comments