ସେ ଫୁଲ ପାଇଁ - ତପନ କୁମାର ସାହୁ



ହସଟିକେ ପାଇଁ କେତେମୁଁ ଖୋଜିଲି

ସଭିଙ୍କୁ ନିଜର କରି

ଯିଏ ଯାହାକାମେ ବ୍ୟସ୍ତ ହୋଇଗଲେ

ମୋତେ ଦେଲେରେ ପାସୋରି ll

ଯିଏଥିଲା ଦିନେ ନିଜଠୁ ନିଜର

ସିଏତ ଯାଇଛି ଭୁଲି

ଯେତେମୁଁ କାନ୍ଦିଲେ କୁଆଡୁ ଆସିବ

ମଥାରେ କଳଙ୍କ ବୋଲି ll

ତାହାରି ବିନାଏ ଦୁନିଆରେ ମୋର

ମନ-ନାହିଁ କ୍ଷଣିକରେ

ତଥାପି ବଞ୍ଚିଛି ପ୍ରେମକୁ ବଞ୍ଚେଇ

ପ୍ରତିଟିଏ ମୁହୂର୍ତ୍ତରେ ll

କାହାକୁ କହିବୁ ମନକଥା ତୋର

କରିବେରେ ଉପହାସ

ବଂଚିବାର ଇଚ୍ଛା ନାହିଁତ ଜୀବନେ

ରଖିଛିରେ ମୁହେଁ ହସ  ll

ଆଖିର ଲୁହକୁ ସାହସ କରିଛି

ପ୍ରେମିକା ମୋହର ଶକ୍ତି

ବଞ୍ଚିବି ଜୀବନେ ଏକୁଟିଆ ପଛେ

କରିଛି ପ୍ରେମରେ ଚୁକ୍ତି ll


ତପନ କୁମାର ସାହୁ

ସମ୍ପାଦକ (ଅ -ପତ୍ରିକା )

କଳାହାଣ୍ଡି

ମୋବାଇଲ :7328001575

Post a Comment

0 Comments