ଆଜି ମୋତେ ଇଛାହୁଏ - ରଞ୍ଜନ କୁମାର ଵ୍ରହ୍ମା




ଆଜି ମୋତେ
ଜିଇଁବାକୁ ଇଛା ହୁଏ
ଦେଖି ଆଖିଆଗେ
ସହୀଦର ଅନ୍ତିମ ସମ୍ମାନ ।
ଲଢୁ ଲଢୁ ମରିଗଲେ
ସହୀଦ ଅମର ରହେ ।
ଶତ୍ରୁ ମାରି ବଞ୍ଚିଗଲେ
ମା ମାଟି ସମ୍ମାନ
ଦେଶ ଜାତି ମହାନ
ସଦା ଅମରରହେ !
ଆଜି ମୋତେ
ବଞ୍ଚିବାକୁ ଇଛା ହୁଏ
ଦେବା ପାଇଁ ଶ୍ରେଷ୍ଠ ବଳିଦାନ ।।
ଚାଇଁ କିନା ଲାଗେ
ଚୂନା ନିଆଁଟି ଛିଟିକି ପଡିଲେ ।
ଶଗଡେ ଶଗଡ଼ କାଠର
ଜୁଇର ସେଜରେ ଶୋଇଥିବା ଦେହଟି
ଥଣ୍ଡା ପଡ଼ିଯାଏ ଦିକ୍ ଦିକ୍ ନିଆଁରେ !
ଆଜି ମୋତେ ଜଳିବାକୁ ଇଛାହୁଏ
କଳିବାକୁ
ଜୁଇ ନିଆଁ କେତେ ତେଜିୟାନ
ଜୀବନଟି କେତେ ମୂଲ୍ୟବାନ ?


ହାଇସ୍କୁଲ ସାହି, ଚିକିଟୀ ଗଡ଼, ଗଞ୍ଜାମ, 

ଓଡିଶା, ପିନ୍ ନଂ- ୭୬୧୦୧୦

ଫୋନ୍ ନଂ - ୯୪୩୭୮୫୮୭୮୮



Post a Comment

0 Comments