କିଏ ତୁମେ.......?
ହୃଦୟ ନା ସ୍ପନ୍ଦନ ,,
ଅହ ରହ ଛାତିରେ
ହାତ ପିଟି ,
କହିଦିଅ
ମୁଁ ତୁମ ଭିତରେ ତିଷ୍ଠିଛି ଆଉ
ତୁମେ ମୋ ପାଇଁ ଅତିଷ୍ଠ ।
କିଏ ତୁମେ.........?
ମନ ନା ବିବେକ ,,
ଅହ ରହ ଭାବନାରେ
ଆସିଯାଇ
କହୁଥାଅ
ମୁଁ ତୁମକୁ ଅନୁଭବେ ମୋ ମନରେ ,
ତୁମେ ଜୀବିତ ମୋ ଖିଆଲରେ ।
କିଏ ତୁମେ ..........?
ସ୍ବପ୍ନ ନା ବାସ୍ତବ ,,
ଅହ ରହ ଲାଖି ଥାଅ
ଆଖିରେ
ଦେଖୁଥାଅ
ମୁଁ ତୁମକୁ ଖୋଜିବାର ଆବେଗକୁ
ତୁମେ ମୋର ଆପଣାର ଆପଣା ପଣକୁ ।।
ବାଲେଶ୍ବର




0 Comments