ଚାହିଁ ବସିଛି ମୁଁ ତୁମରି ବାଟକୁ
ନିଝୁମ୍ ରାତିରେ ଚେଇଁ,
ତୁମ କଥା ଭାବି ନିଦ ହଜିଯାଏ
ପାରୁନାହିଁ କେବେ ଶୋଇ।
ଦିନରାତି ଖାଲି ତୁମରି ଚେହେରା
ଆଖିରେ ମୋ ନାଚୁଅଛି,
ଆସ ଥରେ ପ୍ରିୟା ଏହି ମୋ ଜିବନେ
ତୁମ ପାଇଁ ଝୂରୁଅଛି।
ଛୁପି ଛୁପି ଆସ ମୋ ପ୍ରେମ କାନନେ
ହୃଦୟ କବାଟ ଖୋଲି,
ମୋ ବାହୁ ବନ୍ଧନେ ହଜିଯାଅ ଥରେ
ପ୍ରେମର ପାଖୁଡା ମେଳି।
ଜିବନରେ ତୁମେ ପ୍ରଥମ ପ୍ରେମିକା
ପାରିବିନି କେବେ ଭୂଲି,
କଥା ଦେଇ କେବେ କଥା ଭାଙ୍ଗ ନାହିଁ
କହୁଅଛି ମନ ଖୋଲି।
ପ୍ରେମ ଦିବସରେ ପ୍ରେମର କବିତା
ଲେଖିଛି ମୁଁ ତୁମ ପାଇଁ,
ଭଲପାଇ କେବେ ଭୁଲି ଯାଅ ନାହିଁ
ଆସ ଥରେ
ବାଟ ମୁଁ ରହିଛି ଚାହିଁ।
ଖୁଣ୍ଟିଆ, ପରଲା, କଳାହାଣ୍ଡି, ଓଡିଶା
୯୩୩୭୦୪୪୧୨୨




0 Comments