ଭାଇ ସମ୍ପର୍କ ର ସୁଦୃଢ ରାମ ସେତୁ..
ଭାଇ ଭଗିନୀ ସହ ଅନ୍ତରଙ୍ଗ ପ୍ରୀତି
ଭାଇ ସଙ୍ଗେ ଭାଇ ର ସମ୍ପର୍କ ସାଥି
ଭାଇ ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣଙ୍କସହ
ଅଗ୍ରଜ ପ୍ରଭୁ ଶ୍ରୀରାମ ଙ୍କ ସଙ୍ଗ କିରତି !!
ଭାଇ ଶକ୍ତି ର ଚିର ସାଥି ଭାଇ ମେଳ ...
ଭାଇ ସାଥେ ଭାଇର ପ୍ରେମ ଅନାବିଳ..
ଭାଇ ଭଗ୍ନୀଙ୍କ ସଦା ଚିରସାଥି ଅବିକଳ..
ଭାଇ ଅଭିର୍ଣ୍ଣ ବନ୍ଧନ ଶକ୍ତ ରଜ୍ଜୁ କୁଳର..
ଭାଇ ହିଁ ଘରର ଉଷ୍ଣତା ଶୀତ କମ୍ବଳ !!
ଆଜି ପୁରାଣ ପୋଥିରେ ଦେଖେ ବ୍ୟାଖ୍ୟା..
ଭାତୃ ଛବି ଉଜ୍ବଳତମ ତାରକା ଆଖ୍ୟା..
ଭରତ ଭାତୃପ୍ରେମ ତ୍ରେତାର ବିରଳ ଗାଥା...
ଲକ୍ଷ୍ମଣ ଭାତୃସ୍ନେହ ଅପାସୋରା ଭକ୍ତି କଥା...
ଭାଇ ଶକ୍ତିର ପ୍ରତୀକ ରୂପେ ଗ୍ରନ୍ଥ ଲେଖା !!
ମହାଭାରତରେ ତ୍ରେତା ଯୁଗର ଅପରୂପ..
ଭାଇଙ୍କ ତିକ୍ତତା ସମ୍ପର୍କ କାୟା ଭୀମରୂପ
ହିଂସା, ଦ୍ୱେଷ, ଅହଂକାର, ଘୃଣା କୁ ରୂପ
ଧର୍ମକ୍ଷେତ୍ରରେ ଭାଇ କରେ ଭାଇକୁ ବିଦ୍ରୁପ
ଶୋଣିତ ନଦୀ କୁରୁକ୍ଷେତ୍ରର ଶେଷ ରୂପ !!
ଭାଇ ସମ୍ପର୍କର ମଧ୍ୟମ କଡ଼ି ପରିବାରେ...
ଭାଇ ଭଗ୍ନୀ ର ସାଥି ସଦୃଶ ଜୀବନରେ
ଭାଇ ଦିଏ ବଳ,ନଦୀ ଦିଏ ଜଳ କଥାରେ
ଭାଇ ବିନା ପୂର୍ଣ୍ଣତା ନାହିଁ ସାରା ସଂସାରେ
ଭାଇ ଅମୂଲ୍ୟ ଧରୋହର ସମ୍ପର୍କ ଧରାରେ !!
151, ନାଗାର୍ଜୁନ କଲୋନୀ, ନାରା ରୋଡ,
ଜରିପଟକା, ନାଗପୁର
ମହାରାଷ୍ଟ୍ର- 440014, 8275533780




0 Comments