ତୁହି ମାତା ବୀଣାପାଣି - ଚିନ୍ମୟୀ ସାହୁ


ଜଗତଜନନୀ ଅଜ୍ଞାନ ନାଶିନୀ

   ତୁହି ମାତା ବୀଣାପାଣି

ବେଦ ବିଦ୍ୟା ବୁଦ୍ଧି ଜ୍ଞାନ ପ୍ରଦାୟିନୀ

   ତୁହି ମା' ହଂସ ବାହିନୀ।


ସୃଷ୍ଟି ପ୍ରାଣବନ୍ତ ତୋହରି ପରଶେ

      ସୁରଦେବୀ ସରସ୍ୱତୀ

ଶୁଭ୍ର ବସ୍ତ୍ରାବୃତ୍ତା ଶ୍ୱେତ ପଦ୍ମାସନୀ

      ତୁହି ମାତା ରମା ସତୀ।

ସବୁ ରୂପ ତୋର ଅନନ୍ୟ ଅପୂର୍ବ

     ବରଦା ଦୁଃଖ ହାରିଣୀ।

ଜଗତ ଜନନୀ...... ବୀଣାପାଣି।...୧


ଚତୁର୍ଭୁଜେ ଶୋହେ ବେଦ ବୀଣା ମାଳା

       କମଳେ କର ଶୋଭିତ

ଋତୁରାଜ ଶୁକ୍ଳ ପଞ୍ଚମୀ ତିଥିରେ

        ତୁମକୁ କରେ ସ୍ବାଗତ।

ତୁମ ଆଗମନେ ନବ ପୁଲକରେ

       ପଲ୍ଲବିତ ଏ ଧରଣୀ

ଜଗତଜନନୀ..... ବୀଣାପାଣି।....୧


ତୁମରି ଆଳୟେ ମଧୁର ମଳୟେ

       ସୈନ୍ଦର୍ଯ୍ୟର ସମାହାର

ସଂଗୀତ ମୂର୍ଚ୍ଛନା ସର୍ବ ହୃଦଜିଣା

       ତୁମରି ତ ଉପହାର।

ସୁର ନର ମୁନି ଧ୍ୟାୟନ୍ତି ସରବେ

         ଅମୃତ ସୁଖଦାୟିନୀ

ଜଗତ ଜନନୀ.... ବୀଣାପାଣି।....୩


ମୂଳିସିଂ,ସହର

ଜଗତସିଂହପୁର

Post a Comment

0 Comments