ପ୍ରେମ ର ରଙ୍ଗେ ଭିଜିଲାପରେ
ଆୟତେ ନ ଥାଏ ମନ
ଏପଟେ ସେପଟେ ଘୁରି ବୁଲୁଥାଏ
ଗାଇ ଗାଇ ପ୍ରେମ ଗାନ।।
ପ୍ରତିଜ୍ଞା କରିଲ ତୁମ ଛଡ଼ା ମୋର
ଦ୍ଵିତୀୟ ସଜନୀ ନାହିଁ
ମୋର ଦେଇଥିବା ଫୁଲ ଓ ଚିଠି କୁ
ଫେରେଇଲ କାହିଁ ପାଇଁ।।
ସରଗର ଶଶି ଲୋଡ଼ା ନାହିଁ ମତେ
ଯାହା ଦେଲେ ହେବି ଖୁସି,
ତୁମର ପ୍ରୀତି କୁ ସାଇତି ରଖିବି
ହୃଦୟେ ତୁମର ପଶି।
ଦେହ ସିନା ଭିନ୍ନ ଏକ ଆମ ମନ
ମନର ବେଦନା ଶୁଣ,
ତୁମ ବିଛେଦରେ ଗାଉଅଛି ସାଥୀ
ପ୍ରେମର ମହିମା ଗୁଣ ll
ରାଜା ପୁଅ ମତେ ଦରକାର ନାହିଁ
ହଳିଆ ଟେ ହୋଇ ଥାଅ
ଖଣ୍ଡେ ବାସ ମୁଠେ ପଖାଳ ହୋଇଲେ
ବଞ୍ଚି ଯିବ ମୋର ଦେହ।
ପ୍ରେମର ବନ୍ଧନ ଧନ ସହ ନୁହେଁ
ମନ ସହ ହୁଏ ସାଥୀ,
କୁଡିଆ ଘରେ ବି ମୁଁ ତୁମର ପତ୍ନୀ
ତୁମେ ମୋର ପ୍ରିୟ ପତି।।
ନୂଆପଡା




0 Comments