ଜୟ ମା ବରଦା - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ




ଶୁଭ୍ରା ଶାଶ୍ବତୀ ଦେବୀ ଗୋ ମାନସୀ
ବିଣାପାଣି ସରସ୍ବତୀ
ଆସ ଅବତରୀ ରାଜହଂସୀ ପୃଷ୍ଠେ
ବିରାଜୁ ଗୋ ସତ୍ୟ ଶାନ୍ତି ।
ବହୁ ସୁଧା ନୀର ମଳୟ ସମୀର
ଚହଟୁ ବାସ ଚନ୍ଦନ
ପୂରୁ ଦଶଦିଶ ପଞ୍ଚମୀ ବସନ୍ତେ
ମଧୁ କୁହୁ ଗୁଞ୍ଜରଣ ।
ବିଦ୍ୟା ସୁସଂସ୍କାର ସ୍ୱର୍ଣ୍ଣିମ କିରଣେ
ଜନମନ ହେଉ ହର୍ଷ
ସମୁଜ୍ଜ୍ୱଳ ହେଉ ଜ୍ଞାନ ଓ ବିବେକ
ଅଜ୍ଞାନତା ହେଉ ନାଶ ।
ଶ୍ୱେତପଦ୍ମାସନୀ ଦେବୀ ଗୋ ଭାରତୀ
ବରଦା ପରମା ଶକ୍ତି
ଆଜି ଶୁଭ ଦିନେ ତୁମ ପଦ୍ମପାଦେ
ଜଣାଉ କୋଟି ପ୍ରଣତି ।।



ଉପର ବରୁଆଁ, କବୀର ପୁର
ଯାଜପୁର

8280462685


Post a Comment

0 Comments