ମୁଁ......
ନିର୍ବାପିତ ଅଗ୍ନି ଶିଖା ମଧ୍ୟେ ଲେଲିହାନ ପ୍ରଭା
ଧ୍ଵଂସର ଭଗ୍ନ ସ୍ତୁପ ମଧ୍ୟେ ସୃଷ୍ଟିର ସମ୍ଭାବନା
ନିର୍ଜୀବ ଜଡ ମଧ୍ୟେ ନବ ଶକ୍ତିର ସଂଜିବନୀ
ପରମେଶ୍ବରଙ୍କର ଅଦ୍ୱିତୀୟ ପରିକଳ୍ପନା।
ମୁଁ......
ନିଷ୍ପ୍ରଭ ଜ୍ୟୋତିଷ୍କଙ୍କ ମଧ୍ୟେ ଉଜ୍ଜ୍ବଳତମ ଧ୍ରୃବ
ନ୍ୟାୟର ଶୁଭ୍ରାକାଶରେ ଦିପ୍ତିମନ୍ତ ପ୍ରଭାକର
ଅନ୍ୟାୟର କଳାମେଘେ ସୌ
ଅଧର୍ମ ଅନ୍ଧାରରେ ଜ୍ୟୋସ୍ନା ବିଧୌତ ସୁଧାକର।
ମୁଁ......
ଛଳନା ନିଦାଘରେ ପ୍ରବାହମାନ ହିମବାଆ
ସତ୍ୟର ଶ୍ରାବଣରେ ସପ୍ତବର୍ଣ୍ଣିର ଇନ୍ଦ୍ରଧନୁ
ପ୍ରେମର ମୃଦୁ ମଳୟରେ ସୁମଧୁର ରାଗିଣୀ
ଈର୍ଷାଦ୍ବେଷର ଜାଡରେ ଉଷ୍ମତାର ଚିତ୍ରଭାନୁ।
ମୁଁ......
କଣ୍ଟକିତ ଜୀବନ ପଥେ ସୁକୋମଳ ଗୋଲାପ
ଯନ୍ତ୍ରଣାର ଯତୁଗୃହେ ସୁଶୀତଳ ପୟସ୍ବିନୀ
ଜଞ୍ଜାଳର ପଙ୍କିଳରେ ସଦ୍ୟ ପ୍ରସ୍ଫୁଟିତ ଅବ୍ଜ
ବେଦନାର ଶୁଷ୍କତାରେ ଶାନ୍ତ ଧାର ନିର୍ଝରଣୀ।
ମୁଁ......
ଜନ୍ମଦାତ୍ରୀ ଜନନୀର ଅବିକଳ ପ୍ରତିଛାୟା
ପାଳନକର୍ତ୍ତା ଜନକଙ୍କର ଆତ୍ମସ୍ବାଭିମାନ
ଦୁଇ କୁଳର ଶୁଭ ମଙ୍ଗଳାଭିଳାଷୀ ଆତ୍ମଜା
ଜାୟା ଭଗିନୀ ସ୍ବରୂପେ ସଦନର ଅଭିମାନ।
ମୁଁ......
ଖଡ୍ଗ ଖର୍ପର ଧାରଣ କାରୀ ଶତ୍ରୃ ସଂହାରିଣୀ
ସନ୍ତାନର ସୁରକ୍ଷା କବଚ ସ୍ବରୂପୀ ଭବାନୀ
ଚତୁଃବର୍ଗ ଫଳ ପ୍ରଦାୟିନୀ ସର୍ବ ଶକ୍ତିମୟୀ
ବିଦ୍ୟା ବୁଦ୍ଧି ଜ୍ଞାନ ବରଦାୟୀ ଜଗତ ଜନନୀ।।
ମୁକୁନ୍ଦ ମିଶ୍ର ନଗର, ପୁରୀ




0 Comments