ନାରୀ ତୁମେ ଅଟ ସ୍ନେହ ପ୍ରେମମୟୀ
ମମତାର ପୂଜା ଫୁଳ
ଏଇ ଦୁନିଆରେ ତୋର କେତେ ରୂପ
କିଏ ହେବ ତୋର ତୁଲ ।
ସ୍ରଷ୍ଟାଙ୍କ ସୁନ୍ଦର ସୃଷ୍ଟି ଅନୁପମା
ହୋଇଥାଏ ଏଇ ନାରୀ
ଦୁଃଖ କଷ୍ଟ ସବୁ ସହି ଯାଇଥାଏ
ନାରୀ ବସୁନ୍ଧରା ପରୀ ।
ନାରୀ ନାରାୟଣୀ ଅମ୍ବିକା ରୁଦ୍ରାଣୀ
ତୋ ପାଇଁ ସୁନ୍ଦର ଧରା
ତୁମରି ମାୟାକୁ ବ୍ରହ୍ମା ବିଷ୍ଣୁ ଶିବ
ଜାଣି ପାରିଲେନି ପରା ।।
ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ
ଦୂରଭାଷା‐ 8780042579




0 Comments