ଜନ୍ମ ଦାତ୍ରୀ ତୁ ସୃଷ୍ଟି କାରିଣୀ
ସେବା କରୁ ସାଜି ସେବିକା
ଛାତି ରୁ ଅମୃତ ଝରାଇ
ଦୂରକରୁ କ୍ଷୁଧା, ତୃଷ୍ଣା
ତିଳ ତିଳ କରି ଜଳାଉ ନିଜକୁ
ସଳିତା ସାଜି
ଲୋକେ ଆଲୋକକୁ ସିନା ଦେଖନ୍ତି
ହେଲେ ସଳିତାକୁ ନୁହେଁ
ବୁଝନ୍ତି ନି ତୋ ଉପସ୍ଥିତି ର ମହାନତାକୁ
ବୁଝନ୍ତି ନି ତୋ ବଳିଦାନକୁ
ତଥାପି, ଖାତିରି ନ ଥାଏ ଅବହେଳା କୁ
କେତେବେଳେ ଜନନୀ ତ
କେତେବେଳେ ଭଗିନୀ
ପୁଣି କେବେ ପ୍ରଣୟିନୀ
ଆଉ କେବେ ସଂହାର କରୁ ହେଇ ସଂହାରିଣି
ସର୍ବଶେଷେ ତୁ ହିଁ ସର୍ବଂସହା
ଚନ୍ଦନ ପରି ମଥାରେ ଲେପି ଦେଉ ସବୁ
କହିଁକି ନା ସର୍ବ ସୁଖେ ସୁଖ ତୋର
ନିତି କରୁ ମଙ୍ଗଳ କାମନା ।।
ସୁବର୍ଣ୍ଣପୁର
ମୋ: ୯୭୭୭୦୫୦୯୭୬




0 Comments