ଝିଅ ଟିଏ ବୋଲି ନ ମଣିବ ପର
ପୁଅ ଙ୍କ ଭଳି ଯତ୍ନ ନେବ ମୋହର
ଭଲ ପାଠ ପଢି ମଣିଷ ହେବି
ମାଆ ବାପା ଙ୍କର ଯତ୍ନ ମୁଁ ନେବି
ଦେଶ ସେବାପାଇଁ ହେବି ସୈନିକ
ସତ ଘଟଣା ଲେଖି ହେବି ସାମ୍ୱାଦିକ
ପୋଲିସ ହୋଇ ମୁଁ ସୁରକ୍ଷା ଦେବି
ଡକ୍ଟର ହୋଇ ମୁଁ ସେବା କରିବି
ଶିକ୍ଷୟିତ୍ରୀ ହୋଇ ଶିକ୍ଷା ମୁଁ ଦେବି
ଜ୍ଞାନ ର ପ୍ରଦୀପ ଜଳାଇ ଦେବି
ବୋହୁ ଟିଏ ହୋଇ ଶାଶୁ ଘର ଯିବି
ସ୍ନେହ, ପ୍ରେମ ର ବର୍ଷା ଝରାଇବି
ସବୁ ପରେ ନେବି ମାଆ ର ରୂପ
ତୁଳସୀ ମୂଳରେ ଜାଳିବି ଦୀପ
ସମସ୍ତ ଙ୍କ ସେବା ମୁଁ ନିଜେ କରିବି
ନିଜେ ଦୁଃଖ ସହି ହସାଉ ଥିବି
ସମୟ ସହିତ ତାଳ ମେଲାଇ
ଚାଲିବି ମୁଁ ଏଠି ସାହସୀ ହୋଇ
ସମସ୍ତଙ୍କ ସୁଖ ଜୀବନ ପାଇଁ
ପୂଜା କରୁଥିବି ମନ୍ଦିରେ ଯାଇ
ନାମ - ସୁବାସିନୀ ପଧାନ
ଜିଲ୍ଲା - ସୋନପୁର




0 Comments