କାନ୍ଦୁଛି ଶିମିଳିପାଳ - ଚିନାପାନା ଲୋକନାଥ ରେଡ଼ି


ଜଳୁଅଛି ଆଜି ବନାଗ୍ନି ବନ୍ନିରେ
ଓଡିଶାର ଜୈବ ମଣ୍ଡଳ
କିଏ ବା ଜାଣୁଛି ବନର ବନ୍ନିକୁ 
କାନ୍ଦୁଛି ଶିମିଳିପାଳ |

ଏସିଆ ଭୂଖଣ୍ଡେ ଶସ୍ୟ ସମ୍ପଦର
ଭଣ୍ଡାର ଏକା ସେ ବନ
ଶେଷ ହୋଇଯାଏ ଆଜି ସେ ଭଣ୍ଡାର
ଶୁଣେନାହିଁ କା'ର କାନ  |

ନାହିଁ ବନ ଲତା ନାହିଁ ପଶୁପକ୍ଷୀ
ଜଳୁଛି ଆମୂଳଚୁଳ
କିଏ ବା ଜାଣୁଛି ତାହାର କୋହକୁ
କାନ୍ଦୁଛି ଶିମିଳିପାଳ |

ବହିଯାଏ ଅଶ୍ରୁ ତା' ଝର ଜଳରେ
କଳ କଳ ନାଦ କରି
ହେଉଛି ଦହନ ତନୁଟି ତାହାର
ବ୍ୟଥାରେ ଯାଏ ସେ ମରି  |

ଯାଉଛନ୍ତି ଜନ ଶିମିଳି ବନକୁ 
ଦେଖିବାକୁ ତନୁ ତା'ର 
ଅଣଦେଖା କରି ଫେରି ଆସୁଛନ୍ତି
ବୁଝନ୍ତିନି ବ୍ୟଥା ମା'ର |

ସରକାର କହେ ଗରଜନ କରି 
ହେବ ବନ୍ନି ନିର୍ବାପିତ
କରୁଛନ୍ତି ନେତା ସବୁରି ସୁବିଧା
କରିବାକୁ ନିର୍ବାପିତ |

କୁଆଡେ ଲିଭୁଛି ବନାଗ୍ନି ବନ୍ନିଟି
ଜଳୁଛି ହୁଙ୍କାର ହୋଇ
ଯାହାର ମନଟି ତାହାର ଚିନ୍ତାରେ
ତା' କଥା ଭାବରେ ଭାଇ |

ଶସ୍ୟ ସମ୍ପଦରେ ପୂର୍ଣ୍ଣିତ ବନଟି
ହେଉଛି ପାଉଁଶ ଆଜି
ଆମେ ଯଦି ମନେ ବନକୁ ଭୁଲିବା
ଦିନେ ହୋଇଯିବା ବାଜି |


      ବ୍ରହ୍ମପୁର, ଗଞ୍ଜାମ, ଓଡିଶା
      ପିନ- 761009
      ମୋ-  7606858260

Post a Comment

0 Comments