ଚାଇନା ସୁନ୍ଦରୀ ସାଜି ମହାମାରୀ
ଉହାନ କ୍ଷେତ୍ରରୁ ଜାତ
ଭୁତାଣୁ ରୂପରେ କରୋନା ନାମରେ
ସାରା ବିଶ୍ବେ ହେଲୁ ଖ୍ୟାତ ।।
ପ୍ରଳୟ ଯୋଗରେ ଧରା ହନ୍ତସନ୍ତ
ଅଚିହ୍ନା ବ୍ୟାଧି ପ୍ରକୋପେ
ଅଦୃଶ୍ୟ ରୂପରେ ଆତଙ୍କ ଖେଳାଏ
ପ୍ରତିକାର ନାହିଁ ଭବେ ।।
ଅତି ଭୟଙ୍କର ପ୍ରକୋପ ତାହାର
ରକ୍ତମୁଖା ହୋଇ ବୁଲେ
ସଚେତନ ଆଉ ଯତନ ନ ହେଲେ
ସଭିଙ୍କୁ ଗ୍ରାସିବ ଭଲେ ।।
ମାନିବା ସରବେ ସ୍ବାସ୍ଥ୍ୟର ନିୟମ
ହେବା ଟିକେ ସାବଧାନ
ସ୍ବଛ ପରିବେଶ ସାଥେ ରଖୁଥିବା
ପରିଷ୍କାର ପରିଛନ୍ନ ।।
ଆପଣେଇନେବା ସମାଜ ଦୁରତା
ପ୍ରିୟା ପ୍ରିତୀ ମୋହ ଭାଂଗି
ଜନ ଗହଳି ଠୁ ଦୁରେଇ ରହିଲେ
କି କରିବ ଅବା ବ୍ୟାଧି ।।
ପିନ୍ଧିବା ମାକ୍ସ ଧୋଉଥିବା ହାତ
ସତର୍କ ରହିବା ଟିକେ
ସଂକଳ୍ପ ଆମରି ଦୃଢ ରଖିଥିବା
ଜିତିଯିବା ଆମେ ନିଶ୍ଚେ ।।
ବଂଧହୁଡା
ନରସିଂହପୁର କଟକ




0 Comments