ନାରୀ - ପ୍ରଜ୍ଞା ପରିମିତା ପ୍ରିୟଦର୍ଶିନୀ ଦାସ

 

ଯିଏ ଅନ୍ୟ କୁ ଭୋକ ରେ ଦେଖିପାରେନି

ସେ ହେଉଛି ନାରୀ

ଯିଏ ଅନ୍ୟ ର ଖୁସି ପାଇଁ

ନିଜ ଲୁହ ପୋଛିଥାଏ

ସେ ହେଉଛି ନାରୀ


ଯିଏ ନିଜେ ନ ଶୋଇ

ଅନ୍ୟ ଆଖିରେ ସ୍ବପ୍ନ ସଜାଉଥାଏ

ସେ ହେଉଛି ନାରୀ

ଯିଏ ଶାଶୁ ଘରେ

ଯୌତୁକ ନିଆଁ ରେ ଜଳୁଥାଏ

ସେ ହେଉଛି ନାରୀ ।


ଯାହା ଗର୍ଭରୁ ସତ୍ୟ ଧର୍ମ ନ୍ୟାୟ ଜନ୍ମ ନିଏ

ସେ ହେଉଛି ନାରୀ

ଯିଏ ଜନନୀ ଭଗିନୀ ପାଳିନୀ ର ରୂପ ନିଏ

ସେ ହେଉଛି ନାରୀ ।


ଯିଏ ଅବଳା ଦୁର୍ବଳା ର ଆକ୍ଷେପ ଶୁଣି

ବୀର ପରି ଲଢ଼ିଯାଏ

ସେ ହେଉଛି ନାରୀ ।


ମୟୁରଭଞ୍ଜ

Post a Comment

0 Comments