ମଥାରେ ଦେଇ ଓଢଣୀ
ଶାଶୁ ଶ୍ୱଶୁର ଙ୍କ ଗହଣେ
ଚାଲୁଛି ମୁଁ ନଇଁ ନଇଁ
ଶୁଭେ ନାହିଁ କାହାରିକୁ
କାନ୍ଦେ ମୁଁ କଇଁ କଇଁ ।
ବାନ୍ଧି ହେଲି ବନ୍ଧନେ
ହୋମ ଅଗ୍ନି ରହିଲେ ସାକ୍ଷୀ
ହୋଇଲା ବିବାହ ସମାପମ
କରିଲ ବାପା ତମେ କନ୍ୟା ଦାନ ।
ଦଶ ଦୋଷ ଦେବ କ୍ଷମା
ହାତଧରି କହୁଛି ସମୁଦି
ଅଲିଅଳି ମୋ ଝିଅ ଅଭିମାନି
ଧରିବନି ତାର କଥା ସମୁଦୁଣୀ ।
ହାତରୁ ଲିଭିନି ମେହେନ୍ଦି
ପାଦରୁ ଅଳତାର ଗାର
ସପନ ଦେଖୁଥିବା ଆଖି
ଦେଖିଲା ଅତ୍ୟାଚାର ।
କରଜରେ ବାପା ଆଜି ମୋର
କୋଉଠୁ ଆଣି ଦେବେ ଦଶ ହଜାର
ଭାର ଉଖୁଡା ହୋଇଛି ଅଳ୍ପ
କାହାକୁ ଦେବି ବୋଲି କୁହନ୍ତି ଶାଶୁ
ଲାଗିଛି ଭାରି ଅପମାନ ।
ଭଲରେ ରହିବ ଭାବି
ବାହାଦେଲ ବଡଘରେ
ବଡଘରେ ବଡ଼ ଗୁମର କଥା
କେମିତି କହିବି ଲାଜ ଲାଗେ ।
ଶାଶୁ ମୋର କହିଲେ ହସି
ଜିନିଷ ପତ୍ର ସବୁ ତୋର
ଭୋଗ କରିବୁ ତୁ ଲୋ ବସି
କେଁ କଟର ସେ ଖଟ ଆଲେଣା
ବାପା ଙ୍କୁ କହି ନୂଆ ଜିନିଷ ମଗା ।
ଜଉତୁକ ଦେଇ କରିଲ କନ୍ୟା ଦାନ
ଭାବିଲ ଝିଅ ମୋର ଭଲରେ ରହିବ
କାନ୍ଦୁଛି ମୁଁ ବାପା କଇଁ କଇଁ
ଲମ୍ବା ଓଢ଼ଣା ମଥାରେ ଦେଇ ।।
ସାଲେପୁର, କଟକ




0 Comments