ସ୍ବାଧୀନତାର ଚଉସ୍ତରି ବର୍ଷ ବିତିଗଲା ପରେ
ଆଜି ବି ନାରୀ ପୋକ ମାଛି ପରି ମରେ।
କୁଆଡର ସମାଜ ଏହା କୁଆଡର ନିତୀ
ଏହା ଦେଖି ଆଜି ମୋର ଥରୁଅଛି ଛାତି ।
ହେ ମାନବ ସମାଜ ମନେରଖ ଏଇ କଥା
ନାରୀ ନୁହେଁ ଅବଳା ଯେ ଶୁଣ ମୋର ବାର୍ତା।
ଜାନକୀ କୋପେ ସମଗ୍ର ଲଙ୍କାପୁର ସମ
ନାରୀ ନିର୍ଯାତନା ଯୋଗୁଁ ହେବ ତୁମରି ପତନ।
କେତେ ଦିନ ଯାଏଁ ଚାଲିବ ନାରୀ ଅତ୍ୟାଚାର
ଉଚିତ୍ ଶାସ୍ତି ମିଳିବ ତୁମ୍ଭକୁ, ଅପେକ୍ଷା କର।
ମମତାମୟୀ ନାରୀ ଦିନେ ଜାଗି ଉଠିବ
ଶାନ୍ତିପଥ ଭୁଲି ସେ ଯେ ଦୁର୍ଗା ସାଜିବ।
ଅସ୍ତ୍ର ଶସ୍ତ୍ର ସେ ଧରି ହାତରେ ତାହାର
ଦାନବ ବଧକରି ଧରାକୁ କରିବ ଉଦ୍ଧାର।
ହେଇ ଦେଖ ଅପେକ୍ଷାର ସମୟ ସରିଲା
ନାରୀ ହୃଦେ ଜନମିଲା ପ୍ରତିଶୋଧ ଜ୍ଜ୍ବାଳା।
ରକ୍ଷକ ଆଉ କେହି ନାହିଁ ଯେ ତୁମର
ଅସଲ ରୁପ ଆଜି ଦେଖିବ ନାରୀର।।
ମୋ: ୯୫୫୬୪୯୬୮୫୨




0 Comments