ଅତୀତର କିଛି ତିକ୍ତତାକୁ
କବର ଦେବାକୁ ହବ
ନୂତନତାର ପ୍ରଲେପ ପକେଇ ,
କିଛି ମିଠା ମିଠା ସ୍ମୃତି
ସାଉଁଟିବାକୁ ହବ ବିଗତ ଦିନର
ଚିତ୍ରପଟ୍ଟରୁ ,
ବହୁତ କିଛି ଯୋଜନାର
ଶୁଭାରମ୍ଭ କରିବାକୁ ହବ
ବର୍ତ୍ତମାନର ଘଣ୍ଟା କଣ୍ଟା
ଟିକ୍ ଟିକ୍ ଶବ୍ଦରେ ,
ପୁରାତନକୁ ବିଦାୟ ଦେଇ
ନୂତନତାର ସ୍ୱାଗତ କରିବାକୁ ହବ
ହଁ କିଛି ଖାସ୍ କରିବାକୁ ହବ ।।
କେତେ ଦିନ ଆଉ
କୋହ ଭରା ସ୍ମୃତିକୁ ଦ୍ୱାହି ଦେଇ
ଲୁହରେ ସିକ୍ତ ହେବ ଏ ମଣିଷ ?
ଏଣିକି କିଛି ବିସ୍ମରଣ ହେଉ
ପୁଲକର ମଧୁରତାରେ,
ଜୀବନ ମଳୟ ଅଲିଙ୍ଗନରେ,
କିଛି ସୁନେଲି ସ୍ୱପ୍ନରେ,
ଯାହା ଦୁଃଖ ତାହା ଦୁଃଖ ନୁହେଁ
ଯାହା ସୁଖ ତାହା ସୁଖ ନୁହେଁ
କେବଳ ପରିସ୍ଥିତି ଅନୁସାରେ
ମନର କିଛି ଆବେଗ,
ତେଣୁ ନିଜର ଅନ୍ତଃକରଣ କରି
ଉଠିବାକୁ ହେବ,
ହଁ !! ନିଜ ପରିଚୟ
ଖୋଜିବାକୁ ହେବ,
କିଛି କରିବାକୁ ହେବ....
କିଛି କରିବାକୁ ହେବ ।।
ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ ),
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା,
ସୁନ୍ଦରଗଡ଼




0 Comments