ବିପରୀତ ମୁଖି ସମୟ - ସଂଗୀତା ମୋହନ ଗହିର



ସଭ୍ୟତା ସହିତ ସଂସ୍କୃତି, ପରିବେଶ ସହିତ ମଣିଷର ପ୍ରକୃତି ଓତଃପ୍ରୋତ ଭାବେ ଜଡିତ। ସମୟ କେବେ ଓଲଟେ ନାହିଁ କି' ପଛକୁ ଫେରେ ନାହିଁ, ତାହା ଆଗକୁ ସର୍ବଦା ଆଗେଇ ଚାଲିଥାଏ। କିନ୍ତୁ ସଭ୍ୟତା ଓ ସଂସ୍କୃତିକୁ ଯଦି ଟିକିଏ ଅବଲୋକନ କରିବା ତା'ହେଲେ ନିଶ୍ଚିତ ରୂପେ ଜାଣିପାରିବା ଯେ ବିଗତ ସମୟରେ ଅନେକ କିଛି ଆମ ସମାଜରେ ତଥା ଆମ ଦୈନନ୍ଦିନ ଜୀବନରେ ଚାଲିଚଳଣି ରହଣି ସହଣି ତଥା ଖାଦ୍ୟ ପାନୀୟ ଓ ପରିଧାନ ଉପରେ ପ୍ରଭାବ ପକେଇଛି। ଯେତେ ପର୍ଯ୍ୟନ୍ତ ସବୁକିଛି ସୀମାରେଖା ଭିତରେ ଆବଦ୍ଧ ଥାଏ, ସେତେ ପର୍ଯ୍ୟନ୍ତ ତାହା ସୁନ୍ଦର ଓ ଶାଳିନ ଲାଗିଥାଏ,ମାତ୍ର ଯେତେବେଳେ ତାହା ସଂଯମତାର ପରିସୀମାକୁ ଟପିଯାଏ, ନିଶ୍ଚିତ ଭାବରେ ଆଶାଳୀନ ସମାଜର ଚିତ୍ର ଉପସ୍ଥାପନ କରେ।
ସମାଜରେ ଅନେକ ଜାତିର ଲୋକ ବସବାସ କରନ୍ତି, କିନ୍ତୁ ସବୁଠୁ ବଡ ପାର୍ଥକ୍ୟ ତ! ସେହିଠାରେ ହିଁ ରହିଯାଏ ଯେଉଁଠି ଧନୀ ଗରିବର କଥା ପଡେ। ବାସ୍ତବିକ କଥା ମଧ୍ୟ ସଭ୍ରାନ୍ତ ହେଲେ ସମୟ ଓ ସଦାଚାର ତାଙ୍କ ପାଇଁ କ'ଣ ଅଲଗା, ଆଉ ଗରୀବ ହେଲେ ପେଟକୁ ଦାନା ଓ ଦେହକୁ କନା ନ'ଥିବାଟା ସତରେ ଏକ ବଡ ଅଭିଶାପ। ତର୍ଜମା'ର ସମୟ ଆସିଛି, ଚିତ୍ର ମାଧ୍ୟମରେ ହେଉ କିମ୍ବା ଲେଖା ମାଧ୍ୟମରେ ହେଉ, ଏଥିପ୍ରତି ସଚେତନତା ଓ ଆଲୋକପାତ ଆବଶ୍ୟକତା ନିଶ୍ଚୟ ରହିଛି।


ଭବାନୀପାଟଣା, କଳାହାଣ୍ଡି

9337009810

Post a Comment

0 Comments