ତୁମଠୁ ତୁମକୁ ଛଡେଇ ନେବାର
ନାଁ ଅଛି ଅଭିଳାଷ ନାଁ ଅଛି ଅଭିପ୍ରାୟ
ଅସଂଖ୍ୟ ଯୋଜନ ଦୂରତା ପରସ୍ପର ମଧ୍ୟରେ
ତଥାପି ଆତ୍ମା ଠାରୁ ଆତ୍ମାର
ଦୂରତା ଯେ କେତେ
କାହିଁ ମତେ ତ' ସେ ଦୂରତା
କେବେ ବି ଅନୁଭୂତ ହୁଏ ନାହିଁ
ଆଖି ଖୋଲା ଥାଉ କି ବନ୍ଦ
ମୁଁ ସୁପ୍ତ ଥାଏ କି ଜାଗ୍ରତ
ପ୍ରତି ମୁହୁର୍ତ୍ତରେ ବାସ୍ ତୁମେ ହିଁ
ତୁମେ ହୁଅ ଅନୁଭୂତ
ମାନୁଛି ନାହିଁ ମୋ ପାଖରେ ତୁମର
କୌଣସି ବାସ୍ତବ ଆଉ ପ୍ରତ୍ୟକ୍ଷ ସ୍ମୃତି
ପରସ୍ପର ସଂସ୍ପର୍ଶରେ ଆସିବାର
ସୁଯୋଗ ଟିଏ ନାଁ କେବେ ମିଳିଛି
ନାଁ କେବେ ମିଳିବ
ତଥାପି ଆଶାର ଦୀପାଳି ସଦା
ଏ ହୃଦୟରେ ଜଳୁଛି ଆଉ ସର୍ବଦା ଜଳୁଥିବ
ଅଦେଖା, ଅଜଣା ଆଉ ଆକସ୍ମିକ ସଂପର୍କ ବି ଶାଶ୍ୱତ ହୋଇପାରେ
ଖାଲି ସର୍ତ୍ତ ରହିଲା
ମନରେ ନ'ଥିବ କୌଣସି ଦ୍ୱନ୍ଦ
ଥିବ ଖାଲି ଅନନ୍ୟ ବିଶ୍ୱାସ
ଓ ଅକୁହା ବାସ୍ତବତା
ସଂପର୍କର ରଙ୍ଗ ତ' ଅନେକ
ଠିକ୍ ଗୋଟିଏ ପରେ ଗୋଟିଏ
ରଙ୍ଗୀନ ଋତୁ ଭଳି
ହେଇ ଦେଖ ନାଁ ଋତୁ ପରେ
ଋତୁ ବଦଳି ଚାଲିଛି
ମୃଦୁ ମଳୟଟି କେବେ ଟିକେ
ଉଗ୍ର ହୋଇପଡୁଛି
କିଛି କିଛି ସଂପର୍କ ଠିକ୍ ମୃଦୁ ମଳୟ ପରି
କେବେ ଅଚାନକ ଦୂରରୁ ଥାଇ ବି
ଅନେକ ଫୁଲର ବାସ୍ନାକୁ ନିଜ ସହ ସାଉଁଟି ଆଣି ମୋ ଉପରେ ଲୁଟେଇ ଦେଉଛି
ମହ ମହ ଗନ୍ଧର ମାଦକତା
ଶୀତଳ ସମୀରକୁ କିଏ କ'ଣ ଛୁଇଁ ପାରିଛି
ନାଁ ହାତ ମୁଠାରେ ଧରି ରଖିପାରିଛି
ସିଏତ ସତେ ଯେମିତି ସ୍ୱ ଇଛ୍ଛାରେ
ଯୁଆଡେ ଚାହୁଁଛି ସିଆଡେ ଅନନ୍ତ ଆକାଶରୁ
ପୃଥିବୀର ଚତୁଃର୍ପାର୍ଶ୍ୱରେ ବିନା ଦ୍ୱିଧା
ବିନା ବାଧାରେ ଚହଲି ଯାଉଛି
ଆଉ କେବେ କେବେ ତାର ଶୀତଳତା, ମଧୁମୟତା ଓ ବାସ୍ତବତାରେ
ମୁଁ ହେଉଛି ଆକର୍ଷିତା
ଭାବବିଭୋର ହୋଇ ଉଠୁଛି
ନିଜେ ନିଜେ ଏ ଅଜଣା ସଂପର୍କଟିର
ଅଦେଖା କାଳ୍ପନିକ ସ୍ମୃତିକୁ ସବୁଦିନ ନିଜର କରି ରଖିବାର ଆପ୍ରାଣ ପ୍ରଚେଷ୍ଟାରେ
ଖାଲି ତୁମେ ଋତୁ ପରି ବଦଳି ନ'ଯିବ
ତା' ହେଲେ ଏ ଆକସ୍ମିକ ସଂପର୍କଟି
ସବୁଦିନ ଏମିତି ଶାଶ୍ୱତ,ଅନନ୍ୟ
ଓ ବାସ୍ତବ ହୋଇରହିବ
ଅବାସ୍ତବ ଦୁନିଆରେ ଏତିକି
ତ' ମାଗୁଣି ମୋର
ସଂପର୍କର ଡୋରୀ ଟିଏ ଆପେ ଆପେ ଯେତେବେଳେ ବାନ୍ଧି ହୋଇଯାଇଛି
ସେଇଥିରେ ତ' ଅଛି ଆଶୀଷ ଇଶ୍ୱରଙ୍କର
ତେଣୁ ମନରେ ନ' ରହୁ ତିଳେ ମାତ୍ର
ସଙ୍କୋଚ କି ଭୟର ସମାହାର
ମଣିଷ ମାତ୍ରକେ ସମସ୍ତେ ତ'
ଗୋଟିଏ ଗୋଟିଏ କାଠ କଣ୍ଢେଇ
ଜୀବନରେ ସଂପର୍କର ଖେଳ ତ'
ଏକା ସେଇ ଭାଗ୍ୟର
ଭାଗ୍ୟ ହିଁ ତ' ଯୋଡେ ଅଜଣା, ଅଦେଖା
ଅଚିହ୍ନା ମଣିଷ ସହିତ ମଣିଷର ଯୋଡି
ତା' ପରେ ଜୀବନର ଅସଲ ଖେଳ ଆରମ୍ଭ ହୋଇଯାଏ
ଲମ୍ବିଯାଏ କେଉଁ ଆଡୁ କେଉଁ ଆଡକୁ
ବାସ୍ତବ ଜୀବନରେ ସଂପର୍କର ଡୋରୀ ।
ଭବାନୀପାଟଣା, କଳାହାଣ୍ଡି
9337009810




0 Comments