ନାରୀ ତୋର କେତେ ରୂପ କେତେ ଯେ କାହାଣୀ
କେବେ ଜାୟା,କେବେ ମାତା,କେବେ ତୁ ଭଉଣୀ ll
ପ୍ରଥମେ ଜୀବନେ ଆସେ ସ୍ନେହର ଜନନୀ
ଜନ୍ମଦେଇ ପାଳିଥାଏ ଦିବସ ରଜନୀ ll
ଦ୍ୱିତୀୟେ ଯେ ଆସିଥାଏ ଗେଲ୍ଲେଇ ଭଉଣୀ
ରାଗ ରୁଷା ସ୍ନେହଭରା ମମତାର ଖଣି ll
ତୃତୀୟରେ ଆସିଥାଏ ପ୍ରାଣପ୍ରିୟା ଜାୟା
ସରବଦା ସାଥେ ରୁହେ ଯେସନେ ଯେ ଛାୟା ll
ପରିଶେଷେ ଆସିଥାଏ ଯେ କନ୍ୟା ରତନ
ସୁଖେ ଦୁଃଖେ ପାଖେ ଥାଏ ଅଟଇ ମହାନ ll
ଚାରି ରୂପେ ନାରୀ ଆସେ ପୁରୁଷ ଜୀବନେ
ହତାଦର କରନାହିଁ ରଖ ସନମାନେ ll
ନୂଆପେଣ୍ଠ, ଗଂଜାମ




0 Comments