ନାରୀଶକ୍ତି - ଚୁମ୍କି ଦାଶ



ହେ ନାରୀ ଶକ୍ତି, ଏ ସାରା ବିଶ୍ୱରେ ପରିବ୍ୟାପ୍ତ ତୁମ ଅଗ୍ରଗତି 
ରଣାଙ୍ଗନେ କର ପ୍ରଦର୍ଶିତ  ତୁମ ଲୁପ୍ତଶକ୍ତି ,
ବଦଳିବ ସ୍ଥିତି ହେବ ପ୍ରଗତି।
ତୁମ ନାମେ ବାଜୁ ବିଜୟ ନାଗରା
 ବିଶ୍ୱ ବ୍ୟାପି 
ତୁମେ ଝାନ୍ସୀରାଣୀ, ମୀରାବାଈ ପୁଣି
 ସୀତା, ସତୀ  
ଅକାଟ୍ୟ ବଚନେ ବିଦୁଷୀ ରମଣୀ ଲୀଳାବତୀ,
 ଯା'ର   ସ୍ପଷ୍ଟନୀତି
ଜାଗ୍ରତ ହୁଅ ଭାରତ ବର୍ଷର ନାରୀ ଶକ୍ତି ,
ନାରୀ ସମ୍ମାନ ରେ ଦେବତା ଖୁସି 
,ହୁଅ ସଶକ୍ତି 
ସୁପ୍ତ ନୁହେଁ ତୁମେ ଶ୍ରେଷ୍ଠ ଆଜି
 ହେ ନାରୀ ଜାତି,
 ଲୋପାମୁଦ୍ରା, ଗାର୍ଗୀ ବିଶ୍ଵବାରା,ଆଦି
ମହାନ୍ ମହିୟସୀ ।
ବୈଦିକ ଯୁଗରେ ନାରୀ ପଣ୍ଡିତା
ଜ୍ଞ।ନୀ, ବିଦୁଷୀ , ଅତି,
ଭାରତ ଦେଶରେ ପ୍ରତିଭା ଦେବୀ ନୁହେଁ କି ?
ନାରୀ  ରାଷ୍ଟ୍ରପତି ।
ତୁମେ ସେଇ ନାରୀ  କଲ୍ୟାଣ ମୟୀ
 ମହାନ ଶକ୍ତି ,
ସେଇ ନାରୀ ଦିନେ ମୁଖ୍ୟମନ୍ତ୍ରୀ
 ନନ୍ଦିନୀ ଶତପଥୀ ।
ଓଡିଶା ମାଟିର, ଦୌଡ ରାଣୀ
 ଆଜି ଚାନ୍ଦ  ଦୂତୀ 
ନାରୀ ଜାଗୃତି, ନାରୀ ପ୍ରଗତି 
ଦେଶର ଶକ୍ତି ।
ଯୁଗ ଚାଁହୁଛି ନାରୀ ସମ୍ପୃକ୍ତି, ବଦଳିବ ସ୍ଥିତି
, ହେବ ପ୍ରଗତି ,
 ଦେଶମାତୃକାର ବିରାଙ୍ଗନା ନାରୀ 
 ଆଦର୍ଶ ,ସ୍ନେହ, ଶ୍ରଦ୍ଧା ,ପ୍ରେମ, ଓ ତ୍ୟାଗର 
ମୂର୍ତ୍ତିମନ୍ତ ଜ୍ୟୋତି ।।


ଜିଲ୍ଲା -ବଲାଙ୍ଗୀର ( ଶାନ୍ତି ପଡା )

Post a Comment

0 Comments