ଘରଣୀ କୁ ଲାଗେ କବିତା ପିତା - ବୃନ୍ଦାବନ ପ୍ରଧାନ





କବିତାର ଶତ୍ରୁ ଘରଣୀ ମୋହର 
କବିତା ଲେଖିଲେ ମୁଁ ତାକୁ ଲାଗେ ନାହିଁ ଭଲ। 
କବିତାକୁ ମୁଁ ଯେ ପାଏ କେତେ ଭଲ 
କବିତା ଲେଖାରେ ଅଛି ମୋ ଦୁର୍ବଳ।।
ଥରକୁ ଥର ଦିଏ ମତେ ଗାଲି 
ଯେଶନେ କବିତା ତାର ସଉତୁଣି ଭଲି  ।
ଘରଣୀ କୁ ନେଇ ଲେଖେ ମୁଁ  କବିତା
ତଥାପି ତାହାକୁ ଲାଗେ କେତେ ପିତା ।। 
ତାରରୂପ ଗୁଣ ବର୍ଣ୍ଣନା କରି
 ଘରଣୀକି ମତେ ଲାଗେ କବିତା ର ଉପାଦାନ ପରି। 
କବିତା ଲେଖିଲେ କହେ କେତେ କଥା
ଶୁଣି ଶୁଣି ମୋର ଜଳିଯାଏ ମଥା।। 
ତଥାପି ତ ଲେଖେ ତା ପାଇଁ କବିତା 
ଘରଣୀ କୁ ଲାଗେ କବିତା ପିତା  ।

ବୃନ୍ଦାବନ ପ୍ରଧାନ 
ବାଉଲସିଂହା ଭଟଲି ,ବରଗଡ଼ 

Post a Comment

0 Comments