ଝୁଲନ୍ତି କି ସେଠି - ବାସନ୍ତୀ ଲତା ଜେନା




ପିଲା ଦିନ କଥା ମନେ ପଡିଗଲେ
      ଆଜି ବି ଖୁସି ଲାଗୁଛି
ସାଙ୍ଗ ସାଥି ମେଳେ ପୋଖରୀ ଗାଧୁଆ
      ସବୁ ମନେ ପଡ଼ୁ ଅଛି   ll
ସାରା ଖରା ବେଳ ଖେଳେ କଟୁ ଥିଲା
      ବାପା କରୁ ଥିଲେ ଗାଳି
ମୋ ବୋଉର କୋଳ ମୋ ଝୁଲଣା ଥିଲା
        ଦୁଃଖ ଯାଉଥିଲି ଭୁଲି    ll
ବର ଓହଳରେ ଝୁଲୁ ଥିଲୁ ସେଠି
       ଖେଳୁ ଥିଲୁ ବହୁ ଚୋରି
ଖପରା ଡିଆଁକୁ କେଲିବାଡି ଖେଳ
      ଥକି ବସେ ମନ ମାରି       ll
ବାଇ ଚଢେଇର ବାଇଆ ବସାଟି
       ଝୁଲୁ ଥାଏ ଗଛ ଡାଳେ
ଶିଶୁ ମନ ମୋର କେତେ ଭାବୁଥିଲା
        ଝୁଲନ୍ତି କି ବେଳେ ବେଳେ   ll
ଶ୍ରୀରାଧା ଗୋବିନ୍ଦ ଦୋଳିରେ ଝୁଲନ୍ତି
       ଫଗୁଣ ପୁନେଇଁ ଦିନ
ଭକ୍ତ ଗଣ ମାନେ ଅବିର ଲଗାନ୍ତି 
       ସ୍ନେହ ପ୍ରୀତିର ବନ୍ଧନ        ll
ରଙ୍ଗ ପିଚକାରୀ ତନୁ ମନ ଭିଜେ
        ନାଲି ନେଳୀ ଅବିରରେ
ଥକ୍କା ହୋଇଗଲେ ବୋଉ ପାଖେ ବସେ
        ଝୁଲି ପଡେ ତା କୋଳରେ   ll
ପିଲା ଦିନ ମୋର ସତେ କି ଫେରନ୍ତା
       ହେଉ ଥାନ୍ତି ନିତି ଖୁସି
ମା କୋଳ ଝୁଲଣା ମମତା ପାଉଣା
       ଝୁଲନ୍ତି କି ସେଠି ବସି         ll

ଗାନ୍ଧିନଗର, ନବରଙ୍ଗପୁର  

Post a Comment

0 Comments