କେଉଁ ନାମେ ପ୍ରଭୁ ଡାକିବି ତୁମକୁ
ଅନନ୍ତ ଅପାର ନାମ
ସବୁଠାରେ ପ୍ରଭୁ ଅଛ ବିଦ୍ଯମାନ
କାହିଁଯିବି ଚାରିଧାମ।
ଦୟାର ସାଗର ତୁମେ ନିରାକାର
ତୁମ ମାୟା ଅଗୋଚର
ପାପୀ ଅଜାମ୍ବିଳ ନାରାୟଣ ଡାକି
ଚାଲିଗଲା ସ୍ବର୍ଗପୁର।
ଭକ୍ତ ପ୍ରହଲାଦ କାଟିଲ ବିପଦ
ଡାକଦେଲା ରଖ ହରି
ଖମ୍ଵରୁ ବାହାରି ହିରଣ୍ଯକୁ ମାରି
ସଂସାରୁ ଦେଲହେ ତାରି।
ବିପଦ ବେଳରେ କୁରୁସଭାତଳେ
ଦ୍ରୌପଦୀର ଡାକ ଶୁଣି
କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରିଲ
ଶ୍ରୀକ୍ଷେତ୍ର ମଉଡମଣୀ।
ଅନାଥର ନାଥ ଆହେ ଜଗନ୍ନାଥ
କିଏ କହେ ନାରାୟଣ
ଥରେ ଡାକିଦେଲେ ଡାକ ଶୁଣୁଅଛ
ମୋପାଇଁ ହେଲ ପାଷାଣ।
ଡାକଡାକି ମୋର କଣ୍ଠ ଶୁଖିଲାଣି
ଦିଅବାରେ ପ୍ରଭୁ ଦେଖା
ତୁମପାଦ ତଳେ ସ୍ଥାନ ଦେଇ ପ୍ରଭୁ
ବିପଦରୁ କର ରକ୍ଷା।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ଼




0 Comments